ୟୁରିଆଉ ସାହିଯାତର ଅନନ୍ୟ ପରମ୍ପରା : ଆଜି ବିଶ୍ରାମ – କାଲି ସୀତାଚୋରୀ ନୀତି

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର) ଶଙ୍ଖକ୍ଷେତ୍ର ପୁରୀ :- ପୁରୀରେ ତାଲିଛି ସାହିଯାତ । ଗତକାଲି ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପାଧୀବାସ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ସୁସଜିତ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରି ନୀତିକାନ୍ତି ଶେଷ ହେବା ପରେ ପୁନର୍ବାର ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ ।

ଜଗନ୍ନାଥ ବଲ୍ଳବ ମଠରେ ବନବାସ ଓ କନ୍ଦର୍ପାଧୀବାସ ନୀତି ସମ୍ପର୍ଣ୍ଣ ହୋଇଥିଲା । ମାର୍କଣ୍ଡେଶ୍ୱର ସାହି ଭାଗବତକୋଟ ଆଖେଡା ପକ୍ଷରୁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ, ବାଲ୍ମୀକି ରୁଷି ଓ ଡଗର ବେଶଧାରୀ ମାନେ ନୀତିରେ ସାମିଲ ହୋଇଥିଲେ । ଆଜି ବିଶ୍ରାମ ଦିବସ ଥିବା ବେଳେ ଆସନ୍ତାକାଲି ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥି ଅବସରରେ କୁଣ୍ଢେଇବେଣ୍ଟ ସାହି ଆଖେଡା ପକ୍ଷରୁ ସୀତାଚୋରି ନୀତି ଅନୁଷ୍ଠିତ ହେବ । (ରିପୋର୍ଟ ଲାଲା ଅନନ୍ତ କୁମାର ସିଂହ)

Exit mobile version