କରୋନାର ଦ୍ଵିତୀୟ ଲହରୀର ଦୃତ ସଂକ୍ରମଣକୁ ନେଇ ନର୍ଲା,ରୁପ୍ରାରୋଡ ଓ ଶାନ୍ତପୁର କଣ୍ଟେନମେଣ୍ଟ ଜୋନ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର) କଳାହାଣ୍ଡି :- ନର୍ଲା ଅଞ୍ଚଳରେ କରୋନାର ଦ୍ଵିତୀୟ ଲହରୀ ଦୃତ ସଂକ୍ରମଣ ନେଇ ଆଗେଇ ଥିବା ଯୋଗୁ ଏହାକୁ ଆଖି ଆଗରେ ରଖି ନର୍ଲା,ରୁପ୍ରାରୋଡ ଓ ଶାନ୍ତପୁର ଆଦି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସ୍ଥାନୀୟ ସରପଞ୍ଚଙ୍କ ଦ୍ଵାରା କଣ୍ଟେନମେଣ୍ଟ ଘୋଷଣା ହୋଇଛି। ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ ଅପ୍ରେଲ ୨୫ ତାରିଖ ରବିବାର ଠାରୁ ଏକ ସପ୍ତାହ ବ୍ୟାପୀ ନର୍ଲାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ରବିବାର ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବନ୍ଦ କରିବାକୁ ନିବେଦନ କରିଛନ୍ତି। ସେହିପରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ପୁଣିଥରେ ରୁପ୍ରାରୋଡକୁ ଅପ୍ରେଲ ୨୪ ତାରିଖ ଶନିବାର ସନ୍ଧ୍ୟା ୭ଟାରୁ ଆସନ୍ତା ୩୦ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରୁପ୍ରାରୋଡର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବା ସହ ରୁପ୍ରାରୋଡକୁ ସରପଞ୍ଚ ଚିତ୍ତରଞ୍ଜନ ରଣା କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ସମସ୍ତେ ମାସ୍କ ପରିଧାନ ସହ ଅତି ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ ରୁପ୍ରାରୋଡରେ କରୋନା ପଜିଟିଭ ଚିହ୍ନଟପରେ ଅପ୍ରେଲ ୯ ରୁ ୧୬ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା ହୋଇସାରିଛି। ଶାନ୍ତପୁର ସରପଞ୍ଚ ଟିକେଟର ସାହୁ ଶାନ୍ତପୁରକୁ ଏକ ସପ୍ତାହ ବ୍ୟାପୀ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version