ଚାନ୍ଦପୁର ପୋଲିସ ଆଜି ୪୩ ଲିଟର ବିଦେଶୀ ମଦ ଜବତ କରିଛି – ଜଣେ ଗିରଫ

ଓଡିଶା ତାଜା ନ୍ୟୁଜ ( ୨୫ ଏପ୍ରିଲ ରବିବାର ) ଚାନ୍ଦପୁର/ରିପୋର୍ଟ ଅଭିମନ୍ୟୁ  :- ରଣପୁର ବ୍ଲକ ଚାନ୍ଦପୁର ପୋଲିସ ଆଜି ୪୩ ଲିଟର ବିଦେଶୀ ମଦ ଜବତ କରିଛି । ଚାନ୍ଦପୁର ପୋଲିସ ଅଚାନକ ଚଢ଼ାଉ କରି ଉକ୍ତ ଅଭିଯୁକ୍ତ ନାଁ ରେ ୬୪/୨୦୨୧ ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି ।

ମୟୁରଝାଲିଆ ର ତନ୍ତି ସାହି ର ଅଭିଯୁକ୍ତ ବିଜୟ କେଶରୀ ଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ । ସୂଚନାନୁସାରେ ଚାନ୍ଦପୁର ରୁ ମୋଟ ୮୪ ଟି ମଦ ବୋତଲ ଜବତ ହୋଇଛି ।

Exit mobile version