
ଓଡିଶା ତାଜା ନ୍ୟୁଜ ( ୨୫ ଏପ୍ରିଲ ରବିବାର ) ଭୁବନେଶ୍ୱର :- ଗୁରୁତର ନଥିଲେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନଆସିବାକୁ ପରାମର୍ଶ । କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର, CDMOଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛି ସ୍ୱାସ୍ଥ୍ୟବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି, ଅକ୍ସିଜେନ ଆବଶ୍ୟକ ନ ଥିବା ଅନେକ ରୋଗୀ ଭୟଭୀତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟଲାରେ ସହଜରେ ବେଡ ଉପଲବ୍ଧ ହୋଇପାରୁ ନାହିଁ ଏବଂ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳି ପାରୁନାହିଁ ।
