କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ୍ ଗଚ୍ଛିତ ସହ କଳାବଜାରୀ ବିରୋଧରେ ରାଜ୍ୟ ପୋଲିସ୍ ପ୍ରତିଦିନ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି

ଓଡିଶା ତାଜା ନିୟୁଜ ( ୨୪ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ଗତ ୨୪ ଘଂଟା ମଧ୍ୟରେ ଫ୍ଲାଇଂ ସ୍କ୍ୱାଡ୍‌ର ମିଳିତ ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଔଷଧ ଡିପୋ/ ମେଡିକାଲ ଷ୍ଟୋର/ ଷ୍ଟକିଷ୍ଟ୍‌/ଅମ୍ଳଜାନ ଭର୍ତି କରାଯାଉଥିବା ଷ୍ଟୋରଗୁଡ଼ିକରେ ଚଢଉ କରାଯାଇଛି । କଟକ ଚାନ୍ଦିନୀ ଛକ ନିକଟସ୍ଥ ମେଡିକାଲ ଷ୍ଟୋର, ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ ସମେତ ବାଲେଶ୍ୱର ଜିଲ୍ଲାର ୧୪ଟି ମେଡିକାଲ ଷ୍ଟୋର, ଯାଜପୁର ଜିଲ୍ଲାର ୩ ମେଡିକାଲ ଷ୍ଟୋରରେ ଚଢଉ କରାଯାଇଛି । ସେହିପରି କୋରାପୁଟ, ସମ୍ବଲପୁର, ଭଦ୍ରକ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି ।

ଡିପୋରେ ଥିବା ସମସ୍ତ ରେକର୍ଡକୁ ଅନୁଧ୍ୟାନ କରାଯିବା ସହ ବିଭିନ୍ନ ହସ୍‌ପିଟାଲ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ବଂଟନ କରାଯାଉଥିବା ଔଷଧ ଏବଂ ଷ୍ଟକ୍‌ ସମ୍ପର୍କରେ ଯାଂଚ କରାଯାଇଛି । ଏଥିସହ କୋଭିଡ୍‌-୧୯ ଔଷଧ ବଂଟନ ବ୍ୟବସ୍ଥା, ଔଷଧ ବିତରକ ଏବଂ ମେଡ଼ିକାଲ ଡିପୋର ସମସ୍ତ ତଥ୍ୟ ସଂକ୍ରାନ୍ତରେ ପ୍ରତିଦିନ ଅପ୍‌ଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଟିମ୍‌ରେ ଡ୍ରଗ୍ସ ଇନ୍ସପେକ୍ଟର, ସ୍ପେଶାଲ ଟାସ୍କ ଫୋର୍ସ, କ୍ରାଇମ୍‌ବ୍ରାଂଚର ଅଧିକାରୀ ଏବଂ ସ୍ଥାନୀୟ ପୋଲିସ୍ ସାମିଲ ରହିଛନ୍ତି ।

ପ୍ରକାଶ ଥାଉ କି, କୋଭିଡ୍ ଔଷଧ କଳାବଜାରୀ ରୋକିବାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମ୍‌ବାଂଚ, ଯଶୋୱନ୍ତ ଜେଠୱା, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏବଂ ଡ୍ରଗ୍ସ କଂଟ୍ରୋଲର୍‌ଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । କଟକ-ଭୁବନେଶ୍ୱରରେ କଳାବଜାରୀ ରୋକିବାକୁ ୭ଟି ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଗଠନ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ଜିଲ୍ଲାରେ ୧୫ଟି ସ୍କ୍ୱାଡ୍ କାର୍ଯ୍ୟ କରୁଛି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

ODISHA POLICE
STATE HEADQUARTERS
CUTTACK.

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଜେଠୱା ଏନ୍‌ଫୋର୍ସମେଂଟ କାର୍ଯ୍ୟର ଦୈନନ୍ଦିନ ସମୀକ୍ଷା କରୁଛନ୍ତି । ଏହାସହ କୌଣସି ସ୍ଥାନରେ କଳାବଜାର ହେଉଥିବା ଖବର ପାଇଲେ ଚଢଉ କରାଯିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Exit mobile version