ଓଡିଶା ମୋ ପରିବାର ଆନୁକୂଲ୍ୟରେ ଓ ଏକାମ୍ର ସାଂସ୍କୃତିକ ପରିଷଦର ସହାୟତାରେ; ରକ୍ତଦାନ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି.

ଓଡ଼ିଶା ତାଜା ନ୍ୟୁଜ (୨୪ ଏପ୍ରିଲ ଶନିବାର ) ଭୁବନେଶ୍ୱର :- ଓଡିଶା ମୋ ପରିବାର ଆନୁକୂଲ୍ୟରେ ଓ ଏକାମ୍ର ସାଂସ୍କୃତିକ ପରିଷଦର ସହାୟତାରେ ଆଜି  ଏକ ରକ୍ତଦାନ ଅଭିଯାନ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି. ଏହି ଶିବିରକୁ ଭୁବନେଶ୍ୱର ମାହାନଗରନିଗମ ହସ୍ପିଟାଲର ରକତଭଣ୍ଡାର କର୍ମକର୍ତାଙ୍କ ଦ୍ୱାରା ସର୍ବମୋଟ 27 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା.

ଏହିସିବିରକୁ ଅନୁଷ୍ଠାନିକ ଭାବେ ଏକାମ୍ର ଭୁବନେଶ୍ୱର ର ବିଧାୟକ ଓ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାରର ଆବାହକ ଶ୍ରୀଯୁକ୍ତ ଅରୂପ ପଟନାୟକ ଓ ସହଯୋଗୀ ଏକାମ୍ର ସାଂସ୍କୃତିକ ପରିଷଦର ସଭ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦ୍ରଶେଖର ମଲିଆ,

ପ୍ରଶାନ୍ତ କୁମାର ମହାପାତ୍ର, ଜିତେନ୍ଦ୍ର ମଲିଆ, ରଞ୍ଜନ ମଲିଆ, କାଳିଚରଣ ମଲିଆ, ଅରୁଣ ମହାନ୍ତି, ରଶ୍ମିରଂଜନ ସାହୁ, ଜିତୁ ନନ୍ଦ, ପ୍ରଭାତ ମହାପାତ୍ର, ସୁରେନ୍ଦ୍ର ପଣ୍ଡା, ଶେଷରଞ୍ଜନ ପ୍ରଧାନଙ୍କ ସହିତ ଓଡିଶା ମୋ ପରିବାର ର ଆବାହକ (ଏକାମ୍ର ଭୁବନେଶ୍ୱର) ଅଶ୍ୱିନୀ ସୁନ୍ଦରାୟ ତଥା ସମାଜ ସେବି ରାଜେନ୍ଦ୍ର ସମର୍ଥ ଉପସ୍ଥିତ ଥିଲେ .

Exit mobile version