ସ୍ୱଚ୍ଛତା ଭିତିକ ସୁରକ୍ଷିତ ରେଳ ଯାତ୍ରା ପାଇଁ ଗୋଦରେଜ୍ ପ୍ରୋଟେକ୍ଟ ପକ୍ଷରୁ ନର୍ଦନ ରେଲ୍‌ୱେଜ୍ ସହିତ ସହଯୋଗିତା

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ଭୁବନେଶ୍ୱର :- ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍‌ (ଜିସିପିଏଲ୍‌)ର ବ୍ୟକ୍ତିଗତ ଓ ଗୃହ ସ୍ୱଚ୍ଛତା ବ୍ରାଣ୍ଡ୍ ଗୋଦରେଜ୍ ପ୍ରୋଟେକ୍ଟ ପକ୍ଷରୁ ସ୍ୱଚ୍ଛତା ଭିତିକ ସୁରକ୍ଷିତ ରେଳ ଯାତ୍ରା ପାଇଁ ନର୍ଦନ ରେଲ୍‌ୱେ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉଭୟ ଯାତ୍ରୀ ଓ ରେଳବାଇର ଷ୍ଟାଫ୍‌ମାନଙ୍କୁ ରେଳ ଯାତ୍ରା ସମୟରେ ସ୍ୱଚ୍ଛତା ଭିତିକ ସମାଧାନ ପ୍ରଦାନ କରାଯିବ । ଭାରତ କୋଭିଡ୍‌-୧୯ ମହାମାରୀ ସମସ୍ୟା ଦେଇ ଗତି କରୁଥିବା ଏଡ଼ାଇ ହେଉନଥିବା କିମ୍ବା ଜରୁରୀକାଳୀନ ରେଳ ଯାତ୍ରା ବେଳେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାରେ ଏହି କାର୍ଯ୍ୟକ୍ରମ ଲୋକମାନଙ୍କୁ ସଶକ୍ତ କରିବ । ପୁରୀ ସମେତ ଦେଶର ୨୦ଟି ସହରକୁ ନର୍ଦନ ରେଲ୍‌ୱେ ବାଟ ଦେଇ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକ ଲାଗି ଏହି କାର୍ଯ୍ୟକ୍ରମକୁ ଜାରି ରଖାଯାଇଛି ।

ଏହି ଅଭିଯାନରେ ଗୋଦରେଜ୍ ପ୍ରୋଟେକ୍ସର ୪୫,୦୦୦ରୁ ଅଧିକ ପ୍ରକାରର ଉତ୍ପାଦ ବ୍ୟବହାର କରାଯିବ । ଯାତ୍ରୀମାନଙ୍କ ମଧ୍ୟରେ ଗୋଦରେଜ୍ ପ୍ରୋଟେକ୍ଟ ହାଣ୍ଡ ସାନିଟାଇଜର୍ ବଂଟନ କରାଯିବ । ଗୋଦରେଜ୍ ପ୍ରୋଟେକ୍ଟ ଅନ୍‌-ଦି-ଗୋ ଡିସ୍‌ଇନ୍‌ଫେକ୍ଟାଂଟ୍ ସ୍ପ୍ରେ ଜରିଆରେ ଯାତ୍ରୀମାନଙ୍କ ଲଗେଜ୍‌କୁ ଡିସ୍‌ଇନ୍‌ଫେକ୍ଟ କରାଯିବ । ରେଳ ଷ୍ଟାଫ୍‌ମାନେ ଗୋଦରେଜ୍ ପ୍ରୋଟେକ୍ଟ ପି- ଡବ୍ଲୁ୯୫ ମାସ୍କ ବ୍ୟବହାର କରିବେ । କିଛି ନିର୍ଦିଷ୍ଟ ଷ୍ଟେସନରେ ଯାତ୍ରୀମାନଙ୍କୁ ମଧ୍ୟ ଏହି ମାସ୍କ ଦିଆଯିବ । ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିପିସିଏଲ୍‌)ର ସିଇଓ- ଭାରତ ଓ ସାର୍କ ସୁନୀଲ କଟାରିଆ କହିଛନ୍ତି ଯେ, “ବର୍ତମାନ ସମୟରେ ଲୋକମାନେ ବିଶେଷ କରି ଯାତ୍ରା କରିବା ବେଳେ ସୁରକ୍ଷା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛନ୍ତି । ଗୋଦରେଜ୍ ପ୍ରୋଟେକ୍ଟ ଗ୍ରାହକମାନଙ୍କ ସ୍ୱଚ୍ଛତା ସମସ୍ୟା ଦୂର କରିବ ଏବଂ ସ୍ୱଚ୍ଛତା ବଜାୟ ରଖିବା ନେଇ ଏହି କାର୍ଯ୍ୟକ୍ରମ ସଚେତନତା ସୃଷ୍ଟି କରିବ ।

୨୦୨୦ରେ କୋଭିଡ୍‌-୧୯ ବ୍ୟାପିବା ସମୟରେ ପ୍ରଥମ ସ୍ୱଚ୍ଛତା ବ୍ରାଣ୍ଡ୍ ଭାବେ ଭାରତୀୟ ରେଳ ସହ ସହଯୋଗିତା ସ୍ଥାପନ କରିଥିଲୁ । ସେଂଟ୍ରାଲ୍ ରେଲ୍‌ୱେ ସହିତ ଆମର ବହୁତ ସଫଳ ସହଯୋଗିତା ରହିଛି । ଚଳିତ ବର୍ଷ ନର୍ଦନ ରେଲ୍‌ୱେ ସହିତ ସହବନ୍ଧନ ଜରିଆରେ ଏହି ସହଯୋଗିତାକୁ ଜାରି ରଖୁଥିବାରୁ ଆମେ ଆନନ୍ଦିତ ।ଏହି କାର୍ଯ୍ୟକ୍ରମ ପାଇଁ ଗୋଦରେଜ୍ ପ୍ରୋଟେକ୍ଟ ତରଫରୁ ହାଣ୍ଡ୍ ସାନିଟାଇଜର, ଡିସ୍‌ଇନଫେକ୍ଟାଂଟ୍ ସ୍ପେ୍‌୍ର ଓ ମାସ୍କ ଆଦି ବ୍ୟବହାର କରାଯିବ ।’’ ନର୍ଦନ ରେଲ୍‌ୱେର ବରିଷ୍ଠ ଡିଭିଜନାଲ୍ କମର୍ସିଆଲ୍ ମ୍ୟାନେଜର ଶ୍ରୀମତୀ ରେଖା ଶର୍ମା କହିଛନ୍ତି ଯେ, “ଯାତାୟାତ ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ ଗୋଦରେଜ୍ ପ୍ରୋଟେକ୍ଟ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଆନନ୍ଦିତ । ନର୍ଦନ ରେଳୱେ ନେଟ୍‌ୱର୍କରେ ଯିବାଆସିବା କରୁଥିବା ଟ୍ରେନ୍‌ଗୁଡ଼ିକର ଯାତ୍ରୀ ଓ ସହରଗୁଡ଼ିକୁ ଏହି ଅଭିଯାନରେ ସାମିଲ କରାଯାଇଛି । ପରିବହନ ସ୍ୱଚ୍ଛତା କାର୍ଯ୍ୟକ୍ରମ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବ ।’’

Exit mobile version