୧୬ ଦିନ ହେଲା ରାସ୍ତା ମଝିରେ ବିଦ୍ୟୁତ ସିମେଣ୍ଟ ଖୁଣ୍ଟ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ , ଗୁରୁବାର ) ଗୁମ୍ମା :- ଗୁମ୍ମା ବ୍ଲକ ଗୁମ୍ମା ସୁଣ୍ଡି ସାହି ସ୍ଥିତ ମୁଖ୍ୟ ରାସ୍ତା ଉପରେ ଏକ ବିରାଟ ବିଦ୍ୟୁତ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ୧୬ ଦିନ ହେଲା ପଡିରହିଛି । ଏହି ରାସ୍ତା ଅନେକ ଲୋକଙ୍କ ଜୀବନ ଜୀବିକା ବାଟ ଅଗାଳିଥିବା ଦେଖିବାକୁ ମିଳିଛି ଏବଂ ଏମିତି ବାଟରେ ଖୁଣ୍ଟ ପଡ଼ିରହିବା ଅବେବସ୍ଥା କୁ ସ୍ଥାନିୟ ବାସିନ୍ଦା ସହଜରେ ଶୟ କରିପାରୁନାହାନ୍ତି । ଏ ନେଇ ସ୍ଥାନୀୟ ଜନସାଧାରଣ ଅସନ୍ତୁଷ୍ଟ ପ୍ରକାଶ ପାଇବା ପରେ ଗତ ୧୦ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା କିନ୍ତୁ ବିଭାଗୀୟ କତ୍ତୃପକ୍ଷ କୋଣସି ଧ୍ୟାନ ଦେଇନଥିଲେ । ଆଜି ଗୁମ୍ମା ସରପଞ୍ଚ ଜିକନିୟ ରଇତ,ଗୁମ୍ମା କଂଗ୍ରେସ ଯୁବ ସଭାପତି ମଣ୍ଟୁ ପାଣି,ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ଡ଼ଃ ପୋଲବ କୁମାର ଲିମା ଏ ଅଞ୍ଚଳର ଅନୁଧ୍ୟାନ କରିଥିଲେ ।

ଏନେଇ ବିଭାଗ ଯନ୍ତ୍ରୀ ସୁଶାନ୍ତ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ଖୁଣ୍ଟ କାର୍ଯ୍ୟରେ ଲିପ୍ତ ଥିବା କର୍ମଚାରୀ ମାନେ ଗାଁ କୁ ପଳେଇବାରୁ ଏ କାମରେ ବିଳମ୍ବ ହେଉଛି ବୋଲି କହିଛନ୍ତି । ଏ ନେଇ ସରପଞ୍ଚ କର୍ମଚାରୀ ମାନଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସେପଟେ ଡ଼ଃ ପୋଲବ ଲିମା, ବିଦ୍ୟୁତ ବିଭାଗରେ କର୍ମଚାରୀ ମାନଙ୍କ ଅଭାବ ଯୋଗୁଁ ଏମିତି ଅଞ୍ଚଳର ଅନେକ ଅଧିକାଂଶ ମସ୍ୟ ରହୁଛି ବଲି ଧୁଖ ପ୍ରକାଶ କରିଛନ୍ତି । ମଣ୍ଟୁ ପାଣିଙ୍କ କହିବା ଅନୁସାରେ ଖୁଣ୍ଟ ଗୁଡିକ ସଠିକ ଭାବରେ ପୁତା ହୋଇନଥିଲା ଯାହା ଫଳରେ ଖୁଣ୍ଟଟି ହାଲୁକା ପବନରେ ପଡିଯାଇଛି । ବିଭାଗ ଏଥିପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ( ଗଜପତି ଜିଲ୍ଲା  – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version