ଡିସିବି ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ଟେକ୍‌ଫିନୋ କ୍ୟାପିଟାଲ୍ ପ୍ରାଇଭେଟ୍‌ ଲିମିଟେଡ୍‌ର ଇକ୍ୱିଟି ଅଂଶଧନ ଅଧିଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- ନୂଆ ପିଢ଼ିର ଘରୋଇ କ୍ଷେତ୍ରର ବ୍ୟାଙ୍କ ଡିସିବି ବ୍ୟାଙ୍କ ଲିମିଟେଡ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଟେକ୍‌ଫିନୋ କ୍ୟାପିଟାଲ୍ ପ୍ରାଇଭେଟ୍‌ ଲିମିଟେଡ୍ (ଟିସିପିଏଲ୍‌)ର ପ୍ରାୟ ୯% ସଂଖ୍ୟାଲଘୁ ଇକ୍ୱିଟି ଅଂଶଧନ ହାସଲ କରିଛି । ଟେକ୍‌ଫିନୋ ହେଉଛି ବାଙ୍ଗାଲୋର୍ ଭିତ୍ତିକ ଏକ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କଂପାନି (ଏନ୍‌ବିଏଫ୍‌ସି) ଯାହା ଆଧୁନିକ ପ୍ରଯୁକ୍ତି ପ୍ଲାଟ୍‌ଫର୍ମକୁ ବ୍ୟବହାର କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗ୍ରାହକମାନଙ୍କୁ ସୁହାଇବା ଭଳି ଋଣ ପ୍ରଦାନ କରୁଛି । ବର୍ତମାନ ଏହା ଭାରତର ପ୍ରମୁଖ ମେଟ୍ରୋ ଓ ଦ୍ୱିତୀୟ ଶ୍ରେଣୀର ସହରଗୁଡ଼ିକରେ କାରବାର କରୁଛି । ଏହି ଅବସରରେ ଶ୍ରୀଯୁକ୍ତ ନରେନ୍ଦ୍ରନାଥ ମିଶ୍ର, ମୁଖ୍ୟ, ଏଗ୍ରି ଆଣ୍ଡ୍‌ ଇନ୍‌କ୍ଲୁସିଭ୍ ବ୍ୟାଙ୍କିଙ୍ଗ୍‌, ଡିସିବି ବ୍ୟାଙ୍କ କହିଛନ୍ତି ଯେ, “ଏଭଳି ଢଙ୍ଗରେ ଯୋଡ଼ି ହୋଇଥିବାରୁ ଡିସିବି ବ୍ୟାଙ୍କ ଓ ଟିସିପିଏଲ୍ ଉଲ୍ଲସିତ । ମାଇକ୍ରୋ ଋଣ କିମ୍ବା ଗ୍ରାନୁଲାର୍ ଋଣ ଏକ ଆର୍ଥିକ ସମାଧାନ ଭାବେ ଅଧିକ ପ୍ରତିଶ୍ରୁତି ରଖୁଛି ।

ଧୈର୍ଯ୍ୟର ସହ ଏକ ଗ୍ରାନୁଲାର୍ ଋଣ ପୋର୍ଟଫୋଲିଓ ଗଠନ କରିବା ଲାଗି ଉଭୟ ସଂସ୍ଥାର ରହିଥିବା ଅଭିଜ୍ଞତା ଓ ବିଶେଷତାର ମୂଲ୍ୟକୁ ଆମେ ବୁଝିଛୁ । ଉଭୟ ପକ୍ଷର ଦୃଢ଼ତାକୁ ଡିସିବି ବ୍ୟାଙ୍କ ଓ ଟେକ୍‌ଫିନୋ ସମ୍ମାନ ଜଣାଉଛନ୍ତି ଏବଂ ଗ୍ରାହକ ସଂଖ୍ୟା ବଢ଼ାଇବାରେ ଏହା ଉଭୟ ସଂସ୍ଥା ପାଇଁ ଏକ ସୁଯୋଗ ।’’ ଶ୍ରୀଯୁକ୍ତ ଜୟପ୍ରକାଶ ପାତ୍ର, ସହ ପ୍ରତିଷ୍ଠାତା, ଟେକ୍‌ଫିନୋ କ୍ୟାପିଟାଲ୍‌ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଡିସିବି ବ୍ୟାଙ୍କ ସହିତ ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଟିସିପିଏଲ୍ ଏହାର ଗ୍ରାହକମାନଙ୍କୁ ଆର୍ଥିକ ସମାଧାନ ପ୍ରଦାନ କରୁଥିବା ବେଳେ ଏହା ବ୍ୟବସାୟ ବଢ଼ାଇବାରେ ସହାୟକ ହେବ । ମିଳିତ ଭାବେ ଆମେ ଏକ ଉଭୟ ପକ୍ଷରୁ ଲାଭ ପ୍ରଦାନ କରୁଥିବା ବ୍ୟବସ୍ଥା, ବିକଶିତ କରିବାକୁ ଲକ୍ଷ୍ୟ ରଖିଛୁ, ଗ୍ରାହକମାନଙ୍କୁ ସୁହାଇବା ଭଳି ଆର୍ଥିକ ସମାଧାନକୁ ଟିସିପିଏଲ୍‌ର ପ୍ରଯୁକ୍ତି ପ୍ଲାଟ୍‌ଫର୍ମକୁ ବ୍ୟବହାର କରି ପ୍ରଦାନ କରୁଛୁ । ଗ୍ରାହକମାନଙ୍କୁ ଋଣ ଚବଶର ୧ କ୍ଟଲ ୨ ପ୍ରଦାନ କରିବା ସହ ହାସଲ ହୋଇଥିବା ପାଣ୍ଠିକୁ ବର୍ତମାନର ପ୍ରଯୁକ୍ତି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରାଯିବ ।’’

Exit mobile version