ଉତ୍କଳ ବିଶ୍ଵବିଦ୍ୟାଳୟରେ କରୋନା ସଚେତନତା ଅଭିଯାନ

ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର ) ଭୁବନେଶ୍ବର :- କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ଵବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍‌ ୟୁନିଟ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ପକ୍ଷରୁ ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳ ସଚିବ ଡ. ଅଭୟ କୁମାର ନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍‌ ଏନ୍ଏସଏସ ୟୁନିଟ୍‌ର ବାଣୀବିହାର କ୍ୟାମ୍ପସରେ କରୋନା ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି ।

ପ୍ରୋଗ୍ରାମ ଅଫିସର୍ ଡ. କୀର୍ତ୍ତି ରଞ୍ଜନ ମଲ୍ଲିକଙ୍କ ​‌ନେତୃତ୍ବରେ ଆଗଧାଡ଼ିରେ କାର୍ଯ୍ୟରତ ସଫେଇ କର୍ମଚାରୀ ସମୂହ ଓ ହଷ୍ଟେଲ କର୍ମଚାରୀଙ୍କ ସମେତ ବାଣୀବିହାର ପରିସରରେ ଥିବା ଗୋବିନ୍ଦ ସାହୁ ମାର୍କେଟ କମ୍ପ୍ଲେକ୍ସର ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ଏହି ଅବରସରରେ କରନାର ଦ୍ଵିତୀୟ ସଂକ୍ରମଣର ଭୟାବହତା ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ୍ ପିନ୍ଧିବା, ସ୍ୱଚ୍ଛତା ରକ୍ଷା କରିବା ଏବଂ ସାମାଜିକ ଦୁରତ୍ଵ ପାଳନ କରିବା ପାଇଁ ବାଣୀବିହାର କ୍ୟାମ୍ପସ୍‌ରେ ସଚେତନତା ସୃଷ୍ଟି କରାଯାଇଥିଲା ।

ବର୍ତ୍ତମାନର କଠିନ ପରିସ୍ଥିତିରୁ ବର୍ତିବା ପାଇଁ ମାସ୍କ ର ବ୍ୟବହାର ଅପରିହାର୍ଯ୍ୟ ବୋଲି ବାଣୀବିହାର ଅନ୍ତେବାସୀଙ୍କୁ ବୁଝାଯାଇଥିଲା ଏବଂ କୋଭିଡ୍‌-୧୯ର ନିୟମାବଳୀ ଅନୁପାଳନ ପାଇଁ ଶପଥ ପାଠ କରାଯାଇଥିଲା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିଜି କାଉନ୍‌ସିଲ୍‌ ଚେୟାର୍‌ମ୍ୟାନ୍‌ ପ୍ରଫେସର୍ ବସନ୍ତ କୁମାର ମଲ୍ଲିକ ଯୋଗଦେଇ କରୋନା ଭୂତାଣୁର ଭୟାବହତା ଓ କୋଭିଡ୍‌ ନିୟମ ପାଳନ ସମ୍ପର୍କରେ କହିଥିଲେ। ଏହି ଅବସରରେ ବାଣୀବିହାର କ୍ୟାମ୍ପସ୍‌ରେ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ନବ ନିର୍ମିତ ପ୍ରଶାସନିକ ଭବନରେ ମାସ୍କ ବିତରଣ କରିଥିଲେ ।

ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ କିଭଳି ପ୍ରତିହିତ କରାଯାଇପାରିବ ସେ ସମ୍ପର୍କରେ ସୁରକ୍ଷାକର୍ମୀଙ୍କ କ’ଣ ଦାୟିତ୍ଵ ରହିବ ତାହା ଆଲୋକପାତ କରିଥିଲେ। ଏହି ଅଭିଯାନ ରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସଏସ ପ୍ରୋଗ୍ରାମ କୋର୍ଡିନେଟର ଡ.ବ୍ରଜ ନାରାୟଣ ପାତ୍ର , ଭୂତତ୍ଵ ବିଭାଗର ଜିତୁ ନନ୍ଦନ ପ୍ରଧାନ ଏବଂ ପ୍ରଭାତ କୁମାର ଉପସ୍ଥିତ ଥିଲେ।

ଯୋଗାଯୋଗ :- ଡ. କୀର୍ତ୍ତି ରଞ୍ଜନ ମଲ୍ଲିକ ମୋବାଇଲ୍ ନଂ : ୭୮୭୩୨୭୬୮୧୮ ପ୍ରୋଗ୍ରାମ୍‌ କୋଅର୍ଡିନେଟର ଉତ୍କଳ ବିଶ୍ବବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍‌ ଏନ୍‌ଏସ୍‌ଏସ୍‌ ୟୁନିଟ୍

Exit mobile version