ସ୍ଵଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାରେ ପୁରସ୍କାର

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ ୨୦୨୧, ଗୁରୁବାର ) ନୟାଗଡ଼ :- ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସ୍ଵଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ର ବିନୋଦିନୀ ମହାନ୍ତି ତୃତୀୟ ପୁରସ୍କାର (ଟ.୧,୦୦,୦୦୦/-ଙ୍କା) ବିଜେତା ହୋଇଛନ୍ତି । ଏହି ସ°କ୍ରାନ୍ତରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ରଣପୁର ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ,

ଏବଂ ନୟାଗଡ଼ ଜିଲ୍ଲାପାଳ ଡ଼଼କ୍ଟର ପୋମା ଟୁଡୁ ମିଳିତ ଭାବେ ବିଜେତା ଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ଏବଂ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ସେଖ୍ ଈନାୟତ୍ ତୁଲ୍ଲା ,ପୂର୍ବତନ ଚେୟାରମ୍ୟାନ୍ ପ୍ରଭାତ ଦଳ ବେହେରା ରଣପୁର ବ୍ଲକ୍ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version