ସ୍ଥାନୀୟ ଲୋକମାନଙ୍କ ସଫଳତାକୁ ପ୍ରତିଫଳିତ କରୁଛି ଟାଟା ଷ୍ଟିଲ ଆୟୋଜିତ ଉଡାନ -୨୦୨୦

tata

୧୨୮ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜ୍ୟୋତି ମେଧା ବୃତି ପ୍ରଦାନ; ମହିଳାଙ୍କ ମଧ୍ୟରେ ଜଳବାୟୁ ପରିବର୍ତନ ମାମଲାଉପରେ ଆଲୋଚନା

ବହ୍ମପୁର (ଓଡିଶା ତାଜା ନ୍ୟୁଜ୍ ) ବହ୍ମପୁର ,ଟାଟା ଷ୍ଟିଲ 26.2.2020 :- ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ‘ଉଡ଼ାନ’ ନାମକ ଗୋଷ୍ଠୀ କେନ୍ଦ୍ରିକ କାର୍ଯ୍ୟକ୍ରମ ଆଜି ଗୋପାଳପୁରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଉଦ୍‌ଘାଟିତ ହୋଇଯାଇଛି । ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଂଚଳ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ଟି ବ୍ଲକ୍‌ରେ ଥିବା ୩୩ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୦୬ଟି ଗ୍ରାମ ଅନ୍ତର୍ଭୁକ୍ତ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଫଳତାର କାହାଣୀ ଜଣାଇବା ସହିତ ବିପର୍ଯ୍ୟୟ ବିପଦ ହ୍ରାସ କରିବା ଦ୍ୱାରା ଜଳବାୟୁ ପରିବର୍ତନର ପ୍ରଭାବରୁ ନିଜକୁ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଆର୍ଥିକ ରୂପେ ଅନଗ୍ରସର ଅନୁସୂଚୀତ ଜାତି ଓ ଜନଜାତି ପରିବାରର ୧୨୮ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଓ କ୍ୟାରିୟର ଗଢିବାରେ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଜ୍ୟୋତି ମେଧା ବୃତି ପ୍ରଦାନ କରାଯାଇଛି ।

ଟାଟା ଷ୍ଟିଲ

ଚଳିତ ବର୍ଷ ଗୋପାଳପୁରଠାରେ ଜ୍ୟୋତି ମେଧା ବୃତି ବାବଦରେ ମୋଟ ୭ଲକ୍ଷ ୪୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟାଟା ଷ୍ଟିଲର ‘ଜନଜାତି ସାଂସ୍କୃତିକ ସମିତି’ (ଟ୍ରାଇବାଲ କଲଚରାଲ ସୋସାଇଟି) କମ୍ପାନୀର କାର୍ଯ୍ୟକ୍ଷେତ୍ରର ପାରିପାଶ୍ୱିର୍କ ଅଳରେ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉକ୍ତ ବୃତି ନିମନ୍ତେ ଚୟନ କରିଥାଏ । ଗତ ବର୍ଷ ୧୪୧ ଜଣ ଛାତ୍ରଛାତ୍ରୀଙ୍କୁ ଉକ୍ତ ବୃତି ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ପାଶ୍ୱର୍ବର୍ତୀ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ କିଶୋରୀ ବାଳିକାମାନଙ୍କୁ ଏକତ୍ରିତ କରି ଜଳବାୟୁ ସମ୍ପର୍କିତ ମାମଲା ଉପରେ ଆଲୋଚନା କରାଯାଇଥିଲା । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଉଡାନ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଟାଟା ଷ୍ଟିଲର ଗୋପାଳପୁର ପ୍ରକଳ୍ପ କାର୍ଯ୍ୟକ୍ଷେତ୍ର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏକତ୍ରିତ କରୁଛି, ଯେଉଁଠାରେ ସେମାନଙ୍କ ଉଦ୍ୟମକୁ ମାନ୍ୟତା ପ୍ରଦାନ କରାଯିବା ସହିତ ସ୍ଥାନୀୟ ଅଂଚଳର ବିକାଶ ଯାତ୍ରାରେ ସେମାନଙ୍କୁ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ଅବସରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମ୍ରୁତ କୁଲାଙ୍ଗେ ଗଞ୍ଜାମ ଜିଲ୍ଲାରେ ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଟାଟା ଷ୍ଟିଲର ପଦକ୍ଷେପକୁ ପ୍ରଶଂସା କରିଥିଲେ । ବର୍ତମାନ ସମୟରେ ଏକ ଭଲ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଉଭୟ ଘରୋଇ ଓ ସରକାରୀ ସଂସ୍ଥା ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ । ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‌ଆରଡିଏସ୍‌) ଦୀର୍ଘସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତନ ଅନୁକୂଳନ ଓ ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା କାର୍ଯ୍ୟକୁ ସମନ୍ୱିତ କରିଛି । ଏହି ଅବସରରେ ଟାଟା ଷ୍ଟିଲ ଓଡ଼ିଶାର ସିଏସ୍‌ଆର ବିଭାଗ ମୁଖ୍ୟ ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ କହିଛନ୍ତି, ଅନୁକୂଳନ ଲକ୍ଷ୍ୟକୁ ଆଗେଇ ନେବା ପାଇଁ ସ୍ଥାନୀୟ ଲୋକମାନଙ୍କୁ ଏକତ୍ରିତ କରିବା ଲକ୍ଷ୍ୟରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ସିଣ୍ଡେ ଦତାତ୍ରେୟ ଭାଉସାବ, ଓକ୍ସାଫେମ୍‌ର ଆଂଚଳିକ ମୁଖ୍ୟ ଶ୍ରୀ ଏ. ବିଶ୍ୱାଳ, ଓଡ଼ିଶା ଡବ୍ଲ୍ୟୁଟିସିର ସଦସ୍ୟ ଶ୍ରୀମତି ସ୍ମିତା ସୁଚରିତା ନାୟକ, ମିଶନ ଶକ୍ତି ଜିଲ୍ଲା କୋଡ଼ିନେଟର ଶ୍ରୀମତି ଭାରତୀ ନେହେରା, ରାଜ୍ୟସ୍ତରୀୟ ତାଲିମ ଦାତା ଶ୍ରୀ ସୁକାନ୍ତ ପଣ୍ଡା, ଓଡ଼ିଶା ପାୟତ ବିଭାଗର ପ୍ରତିନିଧି ଓ ଟିଏସ୍ ଆଲୟେଜ ଲିମିଟେଡ଼ର ଚିଫ୍ (ପ୍ଲା ଅପରେସନସ୍‌) ଶ୍ରୀ ବି. ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି (ଉଡାନର ଦ୍ୱିତୀୟ ଦିନ) ଚାଷୀ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆୟୋଜିତ ହେବାକୁଥିବା ଆଲୋଚନାଚକ୍ରରେ ଜଳବାୟୁ-ଉପଯୋଗୀ କୃଷିର ପ୍ରସାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଶ୍ରୀ ପ୍ରଣାଳୀ, ପନିପରିବା ଚାଷ, ଦୁଗ୍ଧ ଓ ବ୍ୟବସାୟିକ ମତ୍ସ୍ୟ ଚାଷରେ ନିୟୋଜିତ ଥିବା ପ୍ରାୟ ୨୫୦ଜଣ ଚାଷୀ ଉକ୍ତ କୃଷି ସ୧ିଳନୀରେ ଅଂଶଗ୍ରହଣ କରିବେ

Exit mobile version