କଟକ ମାଲଗୋଦାମ ଅଞ୍ଚଳରେ କରୋନା ସ୍ଥିତି ଅନୁଧ୍ୟାନ କଲେ ଡିସିପି ପ୍ରତିକ ସିଂହ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ ୨୦୨୧, ଗୁରୁବାର ) କଟକ :- ମହାମାରୀ କରୋନା ର ଦ୍ୱିତୀୟ ଲହର ଭୟଙ୍କର ହେବାରେ ଲାଗିଛି । ଏନେଇ କଟକ ସହରେ ଦିନକୁ ଦିନ କରୋନା ପଜେଟିଭ , ବୃଦ୍ଧି ପାଉଥିବା ନେଇ ଚିନ୍ତାର କାରଣ ହୋଇଛି ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହ ଲାଗି ରାତ୍ରୀକାଳିନ କର୍ଫ୍ୟୁ ଏବ ଶନିବାର ରବିବାର ସଟଡାଉନ ଲାଗୁ କରିଛନ୍ତି ।

ବିନା କାରଣରେ ଜନ ସାଧାରଣ ବାହାରେ ବୁଲାବୁଲି ନକରିବା ,ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ମାକ୍ସ ପିନ୍ଧିବା, ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକତ୍ରିତ ନହେବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟ ରେ ଲୋକମାନଙ୍କୁ ସଚେତନ କରାଯାଇଛି । ଏହା ସତ୍ତ୍ବେ କିଛି ଅମାନିଆ ଏହାକୁ ନମାନି ରାତିରେ, ବୁଲାବୁଲି କରୁଥିବାରୁ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି ।

ଏହି ପରିପ୍ରେକ୍ଷିରେ ବୁଧବାର ଦିନ କଟକ ଡିସିପି ପ୍ରତିକ ସିଂହ , ଏସିପି ଅମରେନ୍ଦ୍ର ପଣ୍ଡା , ମାଲଗୋଦାମ ଥାନା ଅଧିକାରୀ , ଶ୍ରୀ ଭଞ୍ଜ, ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ମାଲଗୋଦାମ ଅଞ୍ଚଳ ବୁଲି କରୋନା ସ୍ଥିତି ଅନୁଧ୍ୟାନ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version