ଗଜପତି ଜିଲ୍ଲାରଆର.ଉଦୟଗିରି ଅବକାରି ବିଭାଗ ଦ୍ୱାରା ଏଗାର ଲକ୍ଷ୍ୟ ଟଙ୍କାର୨୨୦ ଗଞ୍ଜେଇ ଜବତ – କାର ଚାଳକ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ ୨୦୨୧, ଗୁରୁବାର)ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର.ଉଦୟଗିରି ଅବକାରି ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ଏକ କାରରୁ୧୧ଲକ୍ଷ ଟଙ୍କାର ୨୨୦ କେଜି ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ କାର ଡ୍ରାଇଭରକୁ ଗିରଫ କରିଛି ଅବକାରି ବିଭାଗ l ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଆଦେଶ ଓ ଜିଲ୍ଲା ଅବକାରି ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଧେଶକ୍ରମେ ଆର.ଉଦୟଗିରି ଅବକାରି ଭାରପ୍ରାପ୍ତ ଅଧିକାରୀଙ୍କ ସହ ଉପନିରୀକ୍ଷକ ଘନଶ୍ୟାମ ଜେନା,

ସିପାହୀ କିଶ୍ବର ଚନ୍ଦ୍ର ଘଡ଼ାଇ ଓ ଅବକାରି ନିରୀକ୍ଷକ ପଦ୍ମଚରଣ ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆର.ଉଦୟଗିରି ପୋଲିସ ଥାନା ଅଧୀନରେ ଥିବା ମହେନ୍ଦ୍ରଗଡ ଗ୍ରାମରେ ଏକ କଳା ରଙ୍ଗର ହୁଣ୍ଡାଇ ଭେନୁ କାରକୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ କାର ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା !

ଜବତ ଗଞ୍ଜେଇର ଓଜନ ୨୨୦ କେଜି ହୋଇଥିବାବେଳେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରି ବିଭାଗ ! ଗିରଫ ଯୁବକ ଜଣକ ହେଲେ ମୋହନା ଥାନା କପାଖାଲ ଗାଁର ହେମନ୍ତ ଗମାଙ୍ଗ ହୋଇଥିବା ସୂଚନା ମିଳିଛି ! ସେପଟେ ଅବକାରି ବିଭାଗ ଦ୍ୱାରା ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ୍ୟ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି !

Exit mobile version