ପାରଳାଖେମୁଣ୍ଡି ସହରରେ ରାତ୍ରକାଳୀନ କର୍ଫ୍ୟୁ କୁ କଡ଼ା କଡ଼ି କଲା ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଏପ୍ରିଲ ୨୦୨୧, ଗୁରୁବାର)ପାରଳାଖେମୁଣ୍ଡି :- କୋରନାର ଭୟା ବହତାକୁ ଆଖି ଆଗରେରଖି ରାଜ୍ୟ ସରକାର ଗଜପତି ଜିଲ୍ଲାରେରାତ୍ରକାଳୀନ କର୍ଫ୍ୟୁଲାଗୁ କରିଛନ୍ତି l ପାରଳାଖେମୁଣ୍ଡି ସହରରେ ରାତ୍ରକାଳୀନ କର୍ଫ୍ୟୁ କୁ ପୋଲିସ କଡ଼ା କଡ଼ି କରିଥିବା ହାଇସ୍କୁଲ୍ ଛକରେ ପୋଲିସର ଉପସ୍ଥିତି ସ୍ପଷ୍ଟ ବାରି ହେଉଛି l

ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ରାତ୍ର ୯ଘଣ୍ଟା ଠାରୁ ଆରମ୍ଭ କରିଦିଅନ୍ତି ପେଟ୍ରୋଲିଙ୍ଗସାରା ସହର ବୁଲି ଦେଖନ୍ତି ଦୋକାନ ବଜାର ବନ୍ଦ ହୋଇଛି ନା ନାହିଁ lରାତ୍ର କାଳୀନ କର୍ଫ୍ୟୁ ରେ ଯେପରି ସମସ୍ତେ ଘର ଭିତରେ ରହିବେ ତାକୁ ପୋଲିସ ପ୍ରଥମିକତା ଦେଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି l

କେତକ ଅମାନିଆ ଙ୍କୁ ସାବlଡ କରିବା ପାଇଁ ପୋଲିସ ପକ୍ଷରୁ ସହରର ଗଳି କନ୍ଦିରେ ମଧ୍ଯ ପଇଁତରା ମାରୁଥିବା ଦେଖିବାକୁ ମିଳୁଛି l (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version