ମୁଣ୍ଡା ଗାଁ ପ୍ରାଥମିକ ବିଦ୍ୟାଳୟର ଗଣ ଶିକ୍ଷକଙ୍କ ହୃଦଘାତରେ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୨୧ ଅପ୍ରେଲ ବୁଧବାର) କଳାହାଣ୍ଡି :- ମୁଣ୍ଡା ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଗଣ ଶିକ୍ଷକ ଶ୍ରୀଯୁକ୍ତ ହରେନ୍ଦ୍ର ପ୍ରଧାନୀଙ୍କ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି l କିଛି ଦିନ ପୂର୍ବରୁ ତାଙ୍କର ପିତୃ ବିୟୋଗ ହୋଇଥିଲା l ୧୫ ଦିନ ଅନ୍ତରାଳରେ ପିତା ପୁତ୍ରଙ୍କର ଦେହାନ୍ତ ଯୋଗୁଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି l

ମୁଣ୍ଡାଗାଁ ଉ. ପ୍ରା. ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଭୁତି ଭୂଷଣ ହରିଜନ, ପରିଚାଳନା କମିଟି ଅଧ୍ୟକ୍ଷ ସତ୍ୟବାନ ପୂଝlରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଲାଞ୍ଜିଗଡ ବ୍ଲକ ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରାଜ ପନ୍ଦର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version