Home ଅପରାଧ ଖଣି ମାଫିଆ ଙ୍କ ନଜରରେ ବରବରାଝର ; କେବେ ତତ୍ପର ହେବ ଜିଲ୍ଲା ପ୍ରଶାସନ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଚାନ୍ଦପୁର ରେ ପୋଲିସ ର ବାରମ୍ବାର ପଥର ଖଣି ଉପରେ ଚଢ଼ାଉ , ଏବଂ ନିଦରେ ଶୋଇ ରହିଛି ରଣପୁର ତହସିଲ … ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ଓଡ଼ିଶା ତାଜା ନ୍ୟୁଜ୍ (୨୦ ଏପ୍ରିଲ ମଙ୍ଗଳବାର ) ଚାନ୍ଦପୁର :- ଏହାକୁ ନେଇ ଦେଖାଯାଉନି ତତ୍ପରତା ରାଜସ୍ୱ ଖଣି ଗୁଡିକ ବେଆଇନ ଚୋରି ହେବାରେ ଲାଗିଛି । ବାରମ୍ବାର ଚଢ଼ାଉ କରି ଖଣି ମାଫିଆ ଙ୍କୁ ଗିରଫ କରୁଛି ଚାନ୍ଦପୁର ପୋଲିସ , ରାଜ୍ୟ ସରକାର ଙ୍କର ଖଣି ଖାଦନ କୁ ବେଆଇନ ଭାବେ ଚୋରି କରି ନେଉଥିବା ମାଫିଆଙ୍କ ପାଇଁ କାଳ ସାଜୁଛି ଚାନ୍ଦପୁର ପୋଲିସ । ବିଗତ ଦିନ ରୁ ହୋଇ ଆସୁଥିବା ପୋଲିସ ର ଅଚାନକ ଚଢ଼ଉ ରେ କେତେକ ମାଫିଆ ଗିରଫ ହୋଇଥିବା ବେଳେ କିଛି ପଥର ଗାଡି ଏବଂ ପଥର ମଧ୍ୟ ଜବତ ହୋଇଥିଲା । ଏବେବି ବରବରାଝର ଖଣି କୁ ବେଆଇନ ଭାବେ ଖୋଳି ନେଉଥିବା ବେଳେ ଏହା ଏକପ୍ରକାର ଆଡାସ୍ଥଳୀ ପାଲଟିଛି ଖଣି ମାଫିଆ ମାନଙ୍କ ପାଇଁ । ଗତ ରାତିରେ ଚାନ୍ଦପୁର ପୋଲିସ ବରବରାଝର ଖଣି ଉପରେ ଚଢ଼ାଉ କରି ଦୁଇଟି ପଥର ଗାଡି ସିଜ କରିବା ସହ ମାଙ୍କଡାପଥର , ଜେସିବି ମେସିନ ଇତ୍ୟାଦି ଜବତ କରିଛି । ଏବଂ ୧୦ ଜଣ ଙ୍କ ନାମରେ ୬୦/୨୧ ରେ ମାମଲା ରୁଜ୍ଜୁ କରି ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଚଳାଉଥିବା ଜଣା ଯାଉଛି । ସେଥିରୁ କିଛି ମାଫିଆ ବେଆଇନ କାର୍ଯ୍ୟ ସହ ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ରେ ଲିପ୍ତ ଥିବା ସୂଚନା ମିଳିଛି ଯାହା ଫଳରେ ସେମାନଙ୍କୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି । ସରକାରଙ୍କ ର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ହେଉଛି ହେଲେ ତହସିଲ ଅଫିସ ତଥା ପ୍ରଶାସନ ନେଉନାହିଁ କୌଣସି ପଦକ୍ଷେପ । କେବଳ ପୋଲିସ ପ୍ରଶାସନ ନୁହେଁ ତହସିଲ ମଧ୍ୟ ଏହା ଉପରେ କଡା ପଦକ୍ଷେପ ନେବା ଜରୁରୀ ଥିଲେ ମଧ୍ୟ ଚୁପଚାପ ବସି ରହିଛି ରଣପୁର ତହସିଲ । ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଉଥିବା ଦେଖା ଦେଇଛି । ଯାହାକୁ ନେଇ ସାଧାରଣରେ ପ୍ରଶାସନ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଥର ଖଣି ମାଫିଆ ମାନଙ୍କ ନଜର ରେ ଏବେ ବରବରାଝର ଖଣି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆ ନଗଲେ ଖଣି ରେ ଆଉ ପଥର ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏହା ଦିଗରେ ପ୍ରଶାସନ ର ଦୃଷ୍ଟି ପଡୁ ବୋଲି ଜନସାଧାରଣ ଙ୍କ ଠାରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ by Proprietor Abhimanyu Maharana October 6, 2026 ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ by Proprietor Abhimanyu Maharana October 6, 2026 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ by Proprietor Abhimanyu Maharana October 6, 2026 ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା by Proprietor Abhimanyu Maharana October 6, 2026 Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026