ଭୁବନେଶ୍ୱର, ଜିଲ୍ଲା (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 25.2.2020 :- ସହରାଂଚଳ ଜଳଯୋଗାଣ ବିଭାଗରେ କାର୍ଯ୍ୟରତ ୧୫୪୭ ଜଣ ୱାର୍କଚାର୍ଜ କର୍ମଚାରୀଙ୍କୁ ରାଜ୍ୟ ସରକାର ସ୍ଥାୟୀ ଚାକିରିର ମାନ୍ୟତା ପଦାନ କରିଛନ୍ତି । ଏହି କର୍ମଚାରୀମାନେ ଦୀର୍ଘ ୧୦ ବର୍ଷ ଧରି ବିଭାଗରେ କାର୍ଯ୍ୟରତ ଥିଲେ । ବହୁ ଆନ୍ଦୋଳନ ଓ ଧର୍ମଘଟ ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ମାନ୍ୟତା ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଅଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି । ଆଜି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଓଡିଶା ପାଇପ ଜଳ ଯୋଗାଣ କର୍ମଚାରୀ ସଂଘର ସାଧାରଣ ସଂପାଦକ ମନୋଜ କୁମାର ମହାନ୍ତି ଏବଂ କେନ୍ଦ୍ର କମିଟି ସଦସ୍ୟ ସର୍ବଶ୍ରୀ ମଥୁରୀ ବିଶ୍ୱାଳ, ଯଦୁମଣି ପ୍ରଧାନ, ସନ୍ତୋଷ ରଥ, ଶ୍ରୀଧର ନାୟକ, ଓଡିଶା ବିଦ୍ୟୁତ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ତଥା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ପ୍ରମୁଖ ମନ୍ତ୍ରୀଙ୍କ ବାସଭବନରେ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଥିଲେ । ଗ୍ରାମାଂଚଳ ଜଳ ଯୋଗାଣରେ କାର୍ଯ୍ୟରତ ଏସଇଏମ କର୍ମଚାରୀମାନଙ୍କ ବେତନ ବୃଦ୍ଧି ଓ ଅସ୍ଥାୟୀ କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ଏବଂ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ କ୍ୟାଡର ରୁଲ୍ ସଂଶୋଧନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଖୁବ ଶୀଘ୍ର କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି । ସରସ୍ୱତୀ ଶିକ୍ଷା ମନ୍ଦିରର ୧୩ତମ ବାର୍ଷିକୋତ୍ସବ
ଜଳଯୋଗାଣ ବିଭାଗ ୱାର୍କଚାର୍ଜମାନଙ୍କୁ ମିଳିଲା ସ୍ଥାୟୀ କର୍ମଚାରୀର ମାନ୍ୟତା

- Categories: Uncategorized, ଓଡ଼ିଶା, ହୋମ୍
Related Content
ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା...
by
Proprietor Abhimanyu Maharana
September 7, 2026
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026