ରବି ଋତୁର ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଏପ୍ରିଲ , ମଙ୍ଗଳବାର ) ବରଗଡ଼ :-   ବରଗଡ଼ ଜିଲ୍ଲା ରେ ରବି ଋତୁର ଧାନ ସଂଗ୍ରହ ଆସନ୍ତା ମେ ୫ ତାରିଖ ରୁ ଆରମ୍ଭ ହେବ । ଜିଲ୍ଲା ର ବରଗଡ଼,ଅତାବିରା, ପଦ୍ମପୁର ଆର ଏମ ସି ଅନ୍ତର୍ଗତ ମଣ୍ଡି ଗୁଡିକ ରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ସହ ଧାନ ଓଜନ ମେସିନ,ମଶ୍ଚର ମେସିନ ଆଦିର ବ୍ୟବସ୍ଥା କରିବାକୁ ଆଜି ଓସ୍ବାନ ହଲ୍ ଠାରେ ଅନୁଷ୍ଠିତ ଜିଲ୍ଲା ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ର ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଣ୍ଡି ଗୁଡିକ ରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାନୀୟ ଜଳ ସହ ଆବଶ୍ୟକ ସ୍ଥଳେ ତାରପୋଲିନ ର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ସେହିପରି ରବି ଋତୁର ଧାନ ବିକ୍ରି ପାଇଁ ଜିଲ୍ଲା ରେ ୭୦ ହଜାର ଚାଷୀ ନାମ ପଞ୍ଜିକରଣ କରି ଥିବା ଏବଂ ସେମାନଙ୍କ ଧାନ ସଂଗ୍ରହ ସୁରୁଖୁରୁରେ କରିବାକୁ ବିଧାୟକ ଦେବେଶ ଆଚାର୍ଯ୍ୟ ଆଲୋଚନା ଅଂଶ ଗ୍ରହଣ କରି କହିଥିଲେ। ପୂର୍ବ ଥର ଭଳି ଚଳିତ ଥର ମଧ୍ୟ ପୋଟଳ ମାଧ୍ୟମରେ ଚାଷୀ ଧାନ ବିକ୍ରି କରି ପାରିବ। ତେବେ ଜିଲ୍ଲା ରେ କେତେ ଝାଳ ସଂଗ୍ରହ କରାଯିବ ତାହା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇ ଥିଲେ। ବୈଠକରେ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସେହିପରି ଭିଡିଓ କନଫରେନ୍ସ ମାଧ୍ୟମରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଏବଂ ବିଧାୟିକା ରୀତା ସାହୁ ଅଂଶ ଗ୍ରହଣ କରିଥିଲେ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version