ଭୁବନେଶ୍ୱର, ଜିଲ୍ଲା (ଓଡିଶା ତାଜା ନ୍ୟୁଜ୍ ) ଭାରତୀୟ ଜନତା ପାର୍ଟି 25.2.2020 :- ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ କରାଇବା ଏବଂ ଭୁବନେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ତ୍ୱରାନିତ କରିବା ପାଇଁ ମଣ୍ଡଳସ୍ତରରେ ସଂଯୋଜକ ନିଯୁକ୍ତି କରାଯାଇଅଛି । ଭୁବନେଶ୍ୱରରେ ଥିବା ତିନୋଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳିରେ ଦଳର ଉ³ର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ମହାନ୍ତି, ମଧ୍ୟ ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଏବଂ ଏକାମ୍ର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ବାବୁ ସିଂଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ଏହି ସବୁ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ବାରଟି ଯାକ ମଣ୍ଡଳରେ ସଂଯୋଜକ ନିଯୁକ୍ତି କରିଛନ୍ତି । ଶଶୀପ୍ରଭା ରଥଙ୍କୁ ଶ୍ରୀରାମ ମଣ୍ଡଳ, ସନ୍ତୋଷ କୁମାର ଜେନାଙ୍କୁ ବୁଦ୍ଧେଶ୍ୱରୀ ମଣ୍ଡଳ, ଫିରୋଜ ଖାଁ ବନଦୁର୍ଗା ମଣ୍ଡଳ, ଜଗନ୍ନାଥ ବେହେରାଙ୍କୁ ନୟାପଲ୍ଲୀ ମଣ୍ଡଳର ଦାୟିତ୍ୱ ପ୍ରଦାନ କରାଯାଇଅଛି । ସେହିପରି ପ୍ରମୋଦ ପଢିଆରୀ ଉ³ର ଗ୍ରାମୀଣ, ଦାମୋଦର ବେହେରା ଚନ୍ଦ୍ରଶେଖର ମଣ୍ଡଳ, ଦେବେନ୍ଦ୍ର ପତି ବାଣୀବିହାର ମଣ୍ଡଳ, ଅଞ୍ଜନ ନାଥ ଶ୍ରୀକୃଷ୍ଣ ମଣ୍ଡଳରେ ସଂଯୋଜକ ନିଯୁକ୍ତି କରାଯାଇଅଛି । ରାମଚନ୍ଦ୍ର ରଣସିଂହ ଖଣ୍ଡଗିରି ମଣ୍ଡଳ, ସୁରେନ୍ଦ୍ର ପ୍ରଧାନ ଲିଙ୍ଗରାଜ ମଣ୍ଡଳ, ଅମରଜ୍ୟୋତି ଜଗଦ୍ଦେବ ରାଜାରାଣୀ ମଣ୍ଡଳ ଓ ଅରୁଣ ପୁରୋହିତ ଏକାମ୍ର ଗ୍ରାମୀଣ ମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ବିଜେପି ଭୁବନେଶ୍ୱର ଜିଲ୍ଲାର ମଣ୍ଡଳସ୍ତରରେ ସଂଯୋଜକ ନିଯୁକ୍ତି

- Categories: Uncategorized, ଓଡ଼ିଶା, ରାଜନୀତି, ହୋମ୍
Related Content
ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ
by
Proprietor Abhimanyu Maharana
October 30, 2026
Khurda Road Division Organised a Seminar on “Probity for Prosperity” during Vigilance Awareness Week 2026
by
Proprietor Abhimanyu Maharana
October 30, 2026
ଡାକ୍ତର ରାଧାଚରଣ ପଣ୍ଡାଙ୍କ ଶ୍ରାଧୋ ତ୍ସବ
by
Proprietor Abhimanyu Maharana
October 30, 2026
ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ୱାରା ସତର୍କତା ସଚେତନତା ସପ୍ତାହ ୨୦୨୬ ଅବସରରେ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ
by
Proprietor Abhimanyu Maharana
October 30, 2026
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ହତା ରୁ ନାଗସାପ ଧରାହେଲା
by
Proprietor Abhimanyu Maharana
October 30, 2026
ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ୪୯ତମ ବାର୍ଷିକୋତ୍ସବ ପାଳନ
by
Proprietor Abhimanyu Maharana
October 30, 2026