ଭୁବନେଶ୍ୱର, ଜିଲ୍ଲା (ଓଡିଶା ତାଜା ନ୍ୟୁଜ୍ ) ଭାରତୀୟ ଜନତା ପାର୍ଟି 25.2.2020 :- ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ କରାଇବା ଏବଂ ଭୁବନେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ତ୍ୱରାନିତ କରିବା ପାଇଁ ମଣ୍ଡଳସ୍ତରରେ ସଂଯୋଜକ ନିଯୁକ୍ତି କରାଯାଇଅଛି । ଭୁବନେଶ୍ୱରରେ ଥିବା ତିନୋଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳିରେ ଦଳର ଉ³ର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ମହାନ୍ତି, ମଧ୍ୟ ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଏବଂ ଏକାମ୍ର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ବାବୁ ସିଂଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ଏହି ସବୁ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ବାରଟି ଯାକ ମଣ୍ଡଳରେ ସଂଯୋଜକ ନିଯୁକ୍ତି କରିଛନ୍ତି । ଶଶୀପ୍ରଭା ରଥଙ୍କୁ ଶ୍ରୀରାମ ମଣ୍ଡଳ, ସନ୍ତୋଷ କୁମାର ଜେନାଙ୍କୁ ବୁଦ୍ଧେଶ୍ୱରୀ ମଣ୍ଡଳ, ଫିରୋଜ ଖାଁ ବନଦୁର୍ଗା ମଣ୍ଡଳ, ଜଗନ୍ନାଥ ବେହେରାଙ୍କୁ ନୟାପଲ୍ଲୀ ମଣ୍ଡଳର ଦାୟିତ୍ୱ ପ୍ରଦାନ କରାଯାଇଅଛି । ସେହିପରି ପ୍ରମୋଦ ପଢିଆରୀ ଉ³ର ଗ୍ରାମୀଣ, ଦାମୋଦର ବେହେରା ଚନ୍ଦ୍ରଶେଖର ମଣ୍ଡଳ, ଦେବେନ୍ଦ୍ର ପତି ବାଣୀବିହାର ମଣ୍ଡଳ, ଅଞ୍ଜନ ନାଥ ଶ୍ରୀକୃଷ୍ଣ ମଣ୍ଡଳରେ ସଂଯୋଜକ ନିଯୁକ୍ତି କରାଯାଇଅଛି । ରାମଚନ୍ଦ୍ର ରଣସିଂହ ଖଣ୍ଡଗିରି ମଣ୍ଡଳ, ସୁରେନ୍ଦ୍ର ପ୍ରଧାନ ଲିଙ୍ଗରାଜ ମଣ୍ଡଳ, ଅମରଜ୍ୟୋତି ଜଗଦ୍ଦେବ ରାଜାରାଣୀ ମଣ୍ଡଳ ଓ ଅରୁଣ ପୁରୋହିତ ଏକାମ୍ର ଗ୍ରାମୀଣ ମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ବିଜେପି ଭୁବନେଶ୍ୱର ଜିଲ୍ଲାର ମଣ୍ଡଳସ୍ତରରେ ସଂଯୋଜକ ନିଯୁକ୍ତି

- Categories: Uncategorized, ଓଡ଼ିଶା, ରାଜନୀତି, ହୋମ୍
Related Content
ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା...
by
Proprietor Abhimanyu Maharana
September 7, 2026
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026