ମୋହନା ତହସିଲର ତହସିଲଦାର କଲ୍ୟାଣୀ ସଂଘ ମିତ୍ରା ଦେବୀଙ୍କୁ ମୋହନା ବ୍ଲକ ବିଡ଼ିଓ ଭାବେ ଅତିରିକ୍ତ ଦାୟିତ୍ବ ଦେଲେ ଗଜପତି ଜିଲ୍ଲାପାଳ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତବ୍ଲକଭାବେ ମୋହନା ବ୍ଲକ ଜିଲ୍ଲାର ସର୍ବ ବୃହତମ ବ୍ଲକ ଅଟେ lଗତ କିଛି ଦିନ ତଳେ ମୋହନା ବ୍ଲକ ବିଡ଼ିଓ ବଂଶୀଧର ଖୋସଲା ଏକ କାଜୁ ଘୋଟଲରେ ନିଲମ୍ବିତ ହୋଇଥିବାରୁ ଜିଲାପାଳ ଅନୁପମ ସାହା ଆର ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକ ଙ୍କୁ ମୋହନା ବ୍ଲକ ର ଅତିରିକ୍ତ ଦାୟିତ୍ୱ ଦେଇଥିଲେ କିନ୍ତୁ ଆର ଉଦୟଗିରି ବିଡ଼ିଓ ଙ୍କୁ ମୋହନା ବ୍ଲକ ଦୂର ହେବା ସହ ଉନ୍ନୟନମୂଳକ କାର୍ଯ୍ୟ ତଦରଖରେ ଅସୁବିଧା ହେଉଥିବା ଜାଣି ଜିଲ୍ଲାପାଳ ଅନୁପମ ସାହା କରନା କୁ ମୋହନା ଅଞ୍ଚଳରେ କଡା ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆୟତରେ ରଖି ମୋହନା

ବସୀଙ୍କ ନିକଟତର ହୋଇ ପାରିଥିବା ଏବଂ ଜିଲ୍ଲାପ୍ରଶାସନ ଦ୍ଵାରା ପ୍ରଶଂସିତ ହୋଇଥିବା ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀଙ୍କୁ ମୋହନା ବ୍ଲକର ବିଡ଼ିଓ ଦାଇତ୍ୱ ଦେଇ ଜିଲ୍ଲାପାଳ ଠିକ ନିଷ୍ପତ୍ତି ନେଇଥିବାରୁ ମୋହନା ବ୍ଲକର ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି।କରନା ମହାମାରୀ ର ଦ୍ୱିତୀୟ ଲହରିରେ ତହସିଲଦାର ବିଡ଼ିଓ ଦାୟିତ୍ୱ ନେଇ ଉନ୍ନୟନମୂଳକ କାର୍ଯକୁ ତ୍ୱରାନ୍ୱିତ କରିବା ସହ ସୁଚାରୁ ରୂପେ ପରିଚାଳନା କରିବେ ବୋଲି ଅଞ୍ଚଳ ବାସି ଆଶାବ୍ୟକ୍ତ କରିଛନ୍ତି ।   (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version