ଆର.ଉଦୟଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଘର ଘର ବୁଲି କରୋନା ସଚେତନତା ସୃଷ୍ଟି କଲେ ଆଶାକର୍ମୀ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ କରୋନା ତାର ଦିନକୁ ଦିନ କାୟାବିସ୍ତାର କରିଚାଲିଥିବା ବେଳେ ଗଜପତି ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ପ୍ରଥମ ଦିନ ୬୫ ଜଣ ଓ ଦ୍ୱିତୀୟ ଦିନରେ ୬୩ ଜଣ ତୃତୀୟ ଦିନରେ ୧୦ କରୋନା ପଜିଟିଭ ଚିହ୍ନଟ ହେବାପରେ ସଂକ୍ରମଣଙ୍କ ସଂଖ୍ୟା ୪୩୪୫ରେ ପହଞ୍ଚିଛି ! ତେବେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆର.ଉଦୟଗିରି ସହରରେ ଥିବା ସ୍ଥାନୀୟ ଆଶାକର୍ମୀମାନେ ସହରର ସମସ୍ତ ସାହିକୁ ସାହି ବୁଲି ଖରା ଦିପ୍ରହରର ଘର ଘର ବୁଲି ସ୍ଥାନୀୟ ଜନ ସାଧାରଣ କିଭଳି ମହାମାରୀ

କରୋନା ଠାରୁ ଦୁରେଇ ରହିବେ ସେଥିଲାଗି ଆଶାକର୍ମୀ ମାମାନେ ଝାଞ୍ଜି ଖରାକୁ ଖାତିର ନକରି ଲୋକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରୁଛନ୍ତି ତା ସହ ଜନ ସାଧାରଣ ଯେପରି ମାସ୍କ ପରିଧାନ କରିବେ , ସାମାଜିକ ଦୂରତ୍ୱ ବଜାୟ ରଖିବେ , ହାତକୁ ଭଲ ଭାବରେ ସାବୁନରେ ଧୋଇବେ , ଶୋଇବା ସମୟରେ ମଶାରି ବ୍ୟବହାର କରିବେ ଏବଂ ଜନଗହଳି ପୂର୍ଣ୍ଣ ଜାଗାରେ ରହିବେ ନାହିଁ ତା ସହ ଆବଶ୍ୟକ ନପଡ଼ିଲେ ଘରୁ ବାହାରନ୍ତୁ ନାହିଁ ଏଭଳି କହିବା ସହ ସାଇରେନ ବଜାଇ ସହରର ସମସ୍ତ ସାହିକୁ ସାହି ବୁଲି ଆଶାକର୍ମୀ ମାନେ ଜନ ସାଧାରଣଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ! (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version