Home ଓଡ଼ିଶା ଠିକାଦାରଙ୍କ ମନମାନୀ ଯୋଗୁ ମଞ୍ଜୁର ଅର୍ଥ ପଡିରହିଛି ; ଠାକୁରପାଟଣା ଗାଁରାସ୍ତା ଓ ଡ୍ରେନେଜ ନିର୍ମାଣରେ ବିଳମ୍ବ : ଜିଲାପାଳଙ୍କୁ ଭେଟିବେ ଯୁବପରିଷ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) କୋରାଇ :- ଠାକୁରପାଟଣା ଗାଁର ଜଳନିଷ୍କାସନ ବ୍ୟବସ୍ଥା ଓ ଗ୍ରାମ୍ୟ ରାସ୍ତାଟିର ମରାମତି ଅଭାବରୁ ଦୀର୍ଘ ବର୍ଷହେଲା ବିପର୍ଯ୍ୟସ୍ତ ହୋଇପଡିଛି । ବହୁ ଅଭିଯୋଗ ପରେ ବିଭାଗ ପକ୍ଷରୁ ମରାମତି ଲାଗି ଗତବର୍ଷ ଡିସେମ୍ବରରେ ଅର୍ଥମଞ୍ଜୁର ହୋଇ ଠିକାଦାର ଚୟନ କରାଯାଇଛି । ହେଲେ ଠିକାଦାର ୪ମାସ ହେଲା ମନମାନୀ କରି କାର୍ଯ୍ୟ ଆରମ୍ଭ କରୁନାହିଁ । ଏଥିନେଇ ବିଭାଗ ପକ୍ଷରୁ ବିହୀତ ପଦକ୍ଷପ ନିଆଯାଉନଥିବାରୁ ଏନେଇ ଠାକୁରପାଟଣା ଯୁବପରିଷଦ ବାଧ୍ୟ ହୋଇ ଜିଲାପାଳଙ୍କୁ ଜଣାଇବାପାଇଁ ନିଷ୍ପତି ନେଇଛନ୍ତି । ପ୍ରକାଶଯେ, କୋରାଇ ବ୍ଲକ ଅନ୍ତର୍ଗତ ଖମଣ ଗ୍ରାମପଂଚାୟତସ୍ଥ ଠାକୁରପାଟଣା ଗାଁଦେଇ ଯାଇଛି ଜହ୍ନା-ପହଙ୍ଗା ଗ୍ରାମ୍ୟ ବିଭାଗ ରାସ୍ତା । ଏହି ରାସ୍ତା ଉପରେ କୋରାଇ ବ୍ଲକର ଖମଣ, ଜହ୍ନା, ବଡବିରୁହାଁ, ଗୋଳେଇପୁର ଏବଂ ରସୁଲପୁର ବ୍ଲକର ଲକ୍ଷ୍ମୀନଗର ଓ ପହଙ୍ଗା ଆଦି ୬ ଗୋଟି ପଂଚାୟତର ଯାତାୟତ କରିଥାନ୍ତି । ହେଲେ ବିଭାଗର ଦୁରଦୃଷ୍ଟି ଅଭାବରୁ ଠାକୁରରପଟଣା ଗାଁଦେଇ ଯାଇଥିବା ଏହି ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଅସରାଏ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ଗାଁ ରାସ୍ତାରେ ଜଳ ଲହଡି ମାରୁଛି । ବର୍ଷା ଦିନେତ ଦୂରକଥା ଖରାଦିନେ ମଧ୍ୟ ଯାତାୟତରେ ଗ୍ରାମବାସୀମାନେ ନାହିଁନଥିବା ହିନସ୍ତା ଭୋଗୁଛନ୍ତି । ଏନେଇ ୨୦୧୫ ମସିହାରେ ଗ୍ରାମବାସୀଙ୍କ ସମେତ ଠାକୁରପାଟଣା ଯୁବପରିଷଦ ଗ୍ରାମ୍ୟ ବିଭାଗର କାର୍ଯ୍ୟନିର୍ବାହି ଯବୀ ଜଣାଇଥିଲେ । ହେଲେ ଦୀର୍ଘ ବର୍ଷଯାଏ ବିଭାଗ ପକ୍ଷରୁ କୌଣସି ପଦକ୍ଷପ ନିଆଗଲା ନିହିଁ । ରାସ୍ତା ଓ ଡ୍ରେନ ସମସ୍ୟ । ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ୨୦୨୦ ମସିହାରେ ଯୁବପରିଷଦ ଓ ଗ୍ରାମବାସୀ କୋରାଇ ବିଡିଓ, ବିଭାଗୀୟ ଏସଡିଓ, କାର୍ଯ୍ୟନିର୍ବାହୀ, ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ସରପଂଚଙ୍କୁ ପୁନାରାୟ ନିବେଦନ କରିଥିଲେ । ଫଳରେ ଜଳନିଷ୍କାସନ ନିମନ୍ତେ ଗାଁରାସ୍ତା ମରାମତି ଓ ଡ୍ରେନେଜ ନିର୍ମାଣ ନିମନ୍ତେ ବିଭାଗ ପକ୍ଷରୁ ଗତ ଡିସେମ୍ବର ମାସ ୧୪ତାରିଖରେ ୬ଲକ୍ଷ ୭ହଜାର ଟଙ୍କା ମଞ୍ଜୁରକରାଗଲା । ତ୍ୱରିତଭାବେ କାର୍ଯ୍ୟକରିବା ପାଇଁ ମଧ୍ୟ ଠିକାଦାର ଚୟନ କରାଯାଇଛି । ୧୫ଦିନ ମଧ୍ୟରେ କାର୍ଯ୍ୟସାରିବାକୁ ନିର୍ଦେଶିତ ଥିଲା ବେଳେ ଏଥି ମଧ୍ୟରେ ୪ମାସ ବିତିଯାଇଥିଲେହେଁ ନିଯୁକ୍ତ ଠିକାଦର ମନମାନିକରି କାର୍ଯ୍ୟ କରୁନାହିଁ । ଫଳରେ କାର୍ଯ୍ୟ ଯଦି ବର୍ଷ ଦିନପୂର୍ବରୁ ନସରେ ତେବେ ଗ୍ରାମବାସୀଙ୍କୁ ପୁଣି ବର୍ଷୁଟିଏ ହିନସ୍ଥା ହେବାକୁ ପଡିବ । ଠିକାଦାର କାର୍ଯ୍ୟାରମ୍ଭ ନକରିବା ଓ ବିଭାଗ ପକ୍ଷରୁ କୌଣସି ପଦକ୍ଷପ ନିଆଉନଥିବାରୁ ଗ୍ରାମକମିଟ ଓ ଠାକୁର ପାଟଣା ଯୁବପରିଷଦ ଜିଲାପାଳଙ୍କ ଭେଟି ତ୍ୱରିତ କାର୍ଯ୍ୟାରମ୍ଭପାଇ ପଦକ୍ଷପ ନିମନ୍ତେ ଜଣାଇବା ପାଇଁ ଉପଦେଷ୍ଟା ଅନନ୍ତ ଚରଣ ମଲିକ, ସଭାପତି ପ୍ରଶାନ୍ତକୁମାର ସାହୁ, ପରିକ୍ଷିତ ରାଉତ, ରମାକାନ୍ତ ସାହୁ, ଗୋବିନ୍ଦ ଦାସ, ଅଶୋକ ବେହେରା, ରବିନ୍ଦ୍ର ସାହୁ, ହେମନ୍ତ କୁମାର ପୃଷ୍ଟି, ପ୍ରଫୁଲ୍ଲ ଦାସ ପ୍ରମୁଖ ଜଣାଇବା ନିମନ୍ତେ କମିଟିର ପକ୍ଷରୁ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି । ଏନେଇ ଦାୟିତ୍ୱରେ ଥିବା ବିଭାଗୀୟ ଯବୀ ସୌମ୍ୟରଞ୍ଜନ ବେହେରା(ଯାଜପୁରରୋଡ)ଙ୍କଠାରୁ ଜାଣିବାକୁ ଯୋଗାଯୋଗ କରାଯାଇଥିଲେହେଁ ସେ ଫୋନ ନଉଠାଇବାରୁ ତାହା ସମ୍ଭବ ହୋଇପାରିନାହିଁ । । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ) Categories: ଓଡ଼ିଶା, କଟକ, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026