ଜଗତପୁର ପୋଲିସ ଚୋରି ଘଟଣାରେ ତିନି ଜଣଙ୍କୁ ଗରିଫ କଲା

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) କଟକ :- ଜଗତପୁର ଥାନା ପୋଲିସ ଗତ ଫେବୃଆରୀ ମାସ ୧୬ ତାରିଖ ଦିନ , ଚୋରି ଘଟଣାରେ ସଂପୃକ୍ତ ଥିବା ୩ ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କରୁଣା କର ବାରିକ,ରାକେଶ କୁମାର ଦାଶ ଏବଂ ଜୟନ୍ତ ରାଉତ । ପୂର୍ବରୁ ଅନ୍ୟ ଦୁଇ ଜଣ କାହ୍ନୁ ବେହେରା ମାଧବ ଭୋଇକୁ ଗରିଫ କରିଥିଲା ଜଗତପୁର ପୋଲିସ ।

ଗିରଫ ଯୁବକ ଙ୍କ ଠାରୁ ଜଗତପୁର ପୋଲିସ , ଚୋରି କାର୍ଯ୍ୟରେ ବ୍ୟବହାର ହୋଇଥିବା OD-05-L-9709 ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡ଼ି, ଗୋଟିଏ ପଲସର ବାଇକ୍ , ୧୦ ଟି ମୋବାଇଲ , ୮ ଟି ସୁନା ମୁଦି, କଲିକତା ସୁନା ପାଞ୍ଚ ପେୟାର ୧୦ ପିସ୍ , ୪ଟି ପାଣି ପମ୍ପ ,ଗୋଟିଏ ଇନଭେଟର ଜବତ କରିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ କଟକ ଜିଲ୍ଲା କିଶନଗର ଥାନା ଅନ୍ତର୍ଗତ ଗିରିଆଳି ଗ୍ରାମର କରୁଣା କର ବାରିକ, କଟକ ସାଲେପୁର ଥାନା ଶିଶୁଆ ସପନପୁର ଗ୍ରାମର ରାକେଶ କୁମାର ଦାଶ ଏବଂ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ପାଇକରାବାଟି ଗ୍ରାମର ଜୟନ୍ତ କୁମାର ରାଉତ । ଏମାନେ ବୋଲେରୋ ଗାଡ଼ି ଭଡ଼ାରେ ନେଇ ବିଭିନ୍ନ ସ୍ଥାନରୁ ନିୟମିତ ଚୋରୀ କରୁଥିଲେ ବୋଲି ଯୋନ୍-୧ ର ଏସିପି ଅମରେନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ଗତ ଫେବୃଆରୀ ୧୫/୧୬ ରାତିରେ କେତେକ ଦୁରଵୃତ୍ତ , ଜଗତପୁର ଥାନା ସିଗମାପୁର ଗ୍ରାମର, ରମେଶ ଚନ୍ଦ୍ର ସାମଲଙ୍କ ଘରୁ ସୁନା ଟଙ୍କା ଆଦି ଚୋରି କରିଥିବା ନେଇ ରମେଶ ଥାନାରେ ଅଭିଯୋଗ କରିଥିଲା । ଏହାକୁ ଆଧାର କରି ପୋଲି ଘଟଣାର ତଦନ୍ତ କରିବା, ସମୟରେ ପାଖରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ଯାଞ୍ଚରେ ସେହି ଦିନ ରାତି ଏକ ବୋଲେରୋ ଗାଡ଼ି, ଯାଆସ କରିଥିବା ସିସିଟିଭି ଫୁଟେଜରୁ ଜଣା ପଡିଥିଲା ।

ବୋଲେରୋ ଗାଡ଼ି କୁ ଠାବ କରା ଯିବାରୁ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ସନ୍ଧାନ ମିଳିଥିଲା । ଏମାନଙ୍କ ନାମରେ ଯାଜପୁର, ଚାନ୍ଦବାଲି ଏବଂ ଜଗତପୁର ଥାନା ମାମଲା ରହିଛି ବୋଲି ଏସିପି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

Exit mobile version