ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ , କାଶୀନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ‘ଓଡିଶା ମୋ ପରିବାର ‘ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରକ୍ତ ଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୭ ଅପ୍ରେଲ ଶନିବାର ) ପାରଳାଖେମୁଣ୍ଡି :- ଓଡ଼ିଶାର ବରପୁତ୍ର ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କାଶୀନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର କାଶୀନଗର ବ୍ଲକ ବିଜେଡ଼ି ସଭାପତି ରକମ୍ ରାମ ପ୍ରାସାଦ ଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ବିଜୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ରକ୍ତଦାନ ଶିବିରର ଉଦଘାଟନ କରିଥିଲେ । ବିଜୁବାବୁ ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ମାର୍ଗ ଦେଖାଉଥିଲେ ।

ତାଙ୍କର ପୂଣ୍ୟତିଥିରେ ରକ୍ତଦାନ ସଂଗ୍ରହ ଭଳିଏକ ମହତ୍ତ୍ଵ କାର୍ଯ୍ୟ ହୋଇଥିବା ଜଗୁ ସାଂସଦ ଶ୍ରୀ ଶ୍ରୀ ସାହୁ ସନ୍ତୋଷ ପ୍ରକାଶ କରିଥିଲେ। ରକ୍ତଦାନ ଶିବିରରେ ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବିଜେଡ଼ି ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜ, କାଶୀନଗର ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଏମ୍. ସୁଧାରାଣି, ବିଜେଡ଼ିର ବରିଷ୍ଠ ନେତା ରକମ୍ ସତୀଶ ପ୍ରମୁଖ ଉପସ୍ଥିତ ଥିଲେ l କଭିଡ କଟକଣା ନିୟମ କୁ ମାନି ସିମୀତ ଲୋକଙ୍କୁ ନେଇ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ( ରିପୋର୍ଟ – ଗରୁଡ଼ଧ୍ଵଜ ଚୌଧୁରୀ ) 

Exit mobile version