ମାହାଙ୍ଗା କଟକ, (ଓଡିଶା ତାଜା ନ୍ୟୁଜ୍ ) ନିଶ୍ଚନ୍ତ କୋଇଲି 24/02/20:-କଟକ ଜିଲ୍ଲା ନିଶ୍ଚନ୍ତ କୋଇଲି ମେଡିକାଲ ର ସମସ୍ୟା ଦୂର ଡାକ୍ତର, କର୍ମଚାରୀ ଓ ଉତ୍ତମ ଭିତିଭୂମି ର ବିକାଶ ପାଇଁ ଅଣ୍ଟା ଭିଡିଲା ନିଶ୍ଚନ୍ତକୋଇଲି ସଚେତନ ନାଗରିକ ମଞ୍ଚ,ମେଡିକାଲ ରେ ଥିବା ସମସ୍ୟାକୁ ସରକାର ସମାଧାନ କରିବା ନେଇ ପଦକ୍ଷେପ ନେଉନଥିବାରୁ ମେଡିକାଲ ପରିସରରେ ଅନଶନ କରିଛନ୍ତି ମଞ୍ଚ କର୍ମକର୍ତା ମାନେ,ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟି କଟକ-ଚାନ୍ଦବାଲି ରାସ୍ତା ର ପାର୍ଶ୍ଵରେ ଥିବାରୁ ପ୍ରତ୍ୟେକ ଦିନ ଏଠାକୁ ଅନେକ ରାସ୍ତା ଦୁର୍ଘଟଣା ଜନିତ ରୋଗୀ ମାନେ ଆସନ୍ତି। ଫଳରେ ଏଠାରେ ଡାକ୍ତର ଓ ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ଥା ଅଭାବ ଦର୍ଶାଇ କଟକ ସ୍ଥାନାନ୍ତର କରାଯାଏ। ଖାଲି ଏତିକି ନୁହେଁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିଶ୍ଚିନ୍ତକୋଇଲି ବ୍ଲକ ର ୪୨ ଟି ପଂଚାୟତ ଏବଂ ମାହାଙ୍ଗା ବ୍ଲକର ୧୫ ଟି ପଂଚାୟତ ନିର୍ଭର କରୁଥିବା ବେଳେ ଉତ୍ତମ ଚିକିତ୍ସା ସେବା ମିଳି ପାରେନା, ମେଡିକାଲର ବିଭିନ୍ନ ସମସ୍ୟା o ୮ ଦଫା ଦାବି ନେଇ ସ୍ଥାନୀୟ ଅଂଚଳବାସୀ ମାନେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଆମରଣ ଅନଶନ ରେ ବସିଛନ୍ତି। ଦୀର୍ଘ ଦିନରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୁକୁର ଓ ସାପ କାମୁଡା ଇଞ୍ଜେକସନ ର ଅଭାବ, ସ୍ବାସ୍ଥ୍ୟକେନ୍ଦ୍ର ରେ କର୍ମଚାରୀ, ଡାକ୍ତର ପଦବୀ ପୂରଣ, ଜେନେରେଟର ସୁବିଧା, ନିରାମୟ ଯୋଜନା ରେ ମିଳୁଥିବା ସମସ୍ତ ଔଷଧ ମହଜୁଦ ନରହିବା, ରୋଗୀମାନଙ୍କୁ ଖାଦ୍ୟ ଯୋଗାଣ,ରୋଗୀ ମାନଙ୍କ ସଂପର୍କୀୟ ମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା, ଗୁରୁତର ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଏବଂ ଗାଡ଼ି ପାର୍କିଂ ବ୍ୟବସ୍ଥା ତୁରନ୍ତ କରାଯାଉ ବୋଲି ଦାବି ରହିଛି। ନିଶ୍ଚିନ୍ତକୋଇଲି ବ୍ଲକ ର ୪୨ ଟି ପଂଚାୟତ ଏବଂ ମାହାଙ୍ଗା ବ୍ଲକର ୧୫ ଟି ପଂଚାୟତ ଜନସାଧାରଣ ମାନେ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରୁଥିବାବେଳେ ଏଠାରେ ଏହି ସବୁ ମୌଳିକ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବାକୁ ଦାବି କରି ଅନଶନ ଜାରି ରହିଛି।ଦାବୀ ପୂରଣ ନହେଲେ ଅନଶନ ଅନିର୍ଦିଷ୍ଟ ସମୟ ପାଇଁ ଚାଲିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି,
ନିଶ୍ଚନ୍ତ କୋଇଲି ମେଡିକାଲ ର ସମସ୍ୟା ଦୂର ପାଇଁ ଅଣ୍ଟା ଭିଡିଲା ସଚେତନ ନାଗରିକ ମଞ୍ଚ, ମେଡିକାଲ ପରିସରରେ ଅନଶନ

- Categories: Uncategorized, ଓଡ଼ିଶା, ହୋମ୍
Related Content
ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା
by
Proprietor Abhimanyu Maharana
October 31, 2026
Khimji Jewellers Unveils ‘Dhanteras Dhanvarsha’ , a shower of festive offers across its collections
by
Proprietor Abhimanyu Maharana
October 31, 2026
ଜାତି ବାସନ୍ଦର କରୁଣ ଚିତ୍ର : ଶବ ଛୁଇଁଲେନି ଜାତିଭାଇ, ୧୮ ଘଣ୍ଟା ପରେ ଚାରିକାନ୍ଧ ଦେଲେ ସମାଜସେବୀ
by
Proprietor Abhimanyu Maharana
October 31, 2026
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ - ସଚେତନତା ଶୋଭାଯାତ୍ରା ଓ ଶପଥ ଗ୍ରହଣ
by
Proprietor Abhimanyu Maharana
October 31, 2026
ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି
by
Proprietor Abhimanyu Maharana
October 31, 2026
ବାତ୍ୟା ‘ଅର୍ଣ୍ଣବ’ର କରାଳ ରୂପ : ଭୂସ୍ଖଳନରେ ଦମ୍ପତିଙ୍କ ସହ ୭ ମାସର ଶିଶୁପୁତ୍ରର ମୃତ୍ୟୁ
by
Proprietor Abhimanyu Maharana
October 31, 2026