ଗଜପତି ଜିଲ୍ଲାରେ କୋଭିଡ କାର୍ଯ୍ୟକ୍ରମ ନିରୀକ୍ଷଣ କଲେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର

ଓଡ଼ିଶା ତାଜା ନ୍ୟୁଜ (୧୭ ଅପ୍ରେଲ ଶନିବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲାରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଦିନକୁ ଦିନ କବଳିତ କରୁଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ସହ ବିଭିନ୍ନ ସତର୍କତାମୂଳକ କାର୍ଯ୍ୟ ହାତକୁ ନେଇ ତ୍ୱରାନ୍ୱିତ କରିଚାଲିଛନ୍ତି । ଏହାକୁ ଅନୁଧ୍ୟାନ କରିବା ନିମନ୍ତେ ଗତକାଲି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ନିରୀକ୍ଷଣ କରିଥିବାର ଜଣାପଡିଛି । ଜିଲ୍ଲାରେ ଖୋଲା ଯାଇଥିବା ବିଭିନ୍ନ ନାକା ପଏଣ୍ଟ ବିଶେଷ କରି ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ନାକା ପଏଣ୍ଟ ଗୁଡିକୁ ବୁଲି ନିରୀକ୍ଷଣ କରିଥିଲେ ।

ଏହାସହ ପୁଣି ପ୍ରସ୍ତୁତ କରାଯାଉଥିବା କୋଭିଡ ହସ୍ପିଟାଲ, କୋଭିଡ କେୟାରସେଣ୍ଟର, ଆଇଡିଏସ୍‌ପି ସେଲ ଆଦି ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଉପଜିଲ୍ଲାପାଳ ତଥା ଦାୟିତ୍ୱରେଥିବା ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କୋରନା ସଂକ୍ରମଣର ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ରଣନୀତି ଉପରେ ଆଲୋଚନା କରିଥିଲେ ।    ( ରିପୋର୍ଟ – ଗରୁଡ଼ଧ୍ଵଜ ଚୌଧୁରୀ ) 

Exit mobile version