ଅଠରନଳା ନଦୀକୁ ପାଣି ପିଇବାକୁ ଆସି କୁକୁର ଆକ୍ରମଣରେ କ୍ଷତବିକ୍ଷତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର ହୋଇଥିବା ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୃତ

ଓଡ଼ିଶା ତାଜା ନ୍ୟୁଜ (୧୭ ଅପ୍ରେଲ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନାବ୍ଲକ ଅନ୍ତର୍ଗତ ମୋହନାନିକଟସ୍ଥ ଅଠର ନଳା ନଦୀ କୁ ପାଣି ପିଇବାକୁ ଆସି କୁକୁର ଆକ୍ରମଣରେ କ୍ଷତ ବିକ୍ଷତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର ହୋଇଥିବା ହରିଣର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ l ଜଙ୍ଗଲରେ ନିଆଁ ଲାଗୁଥିବାରୁ ଗଛ ପତ୍ର ଜଳି ଜଙ୍ଗଲ ସମ୍ପୂର୍ଣ୍ଣ ନଷ୍ଟ ହେଉଥିବା ବେଳେ ଜୀବ ଜନ୍ତୁମାନେ ଜଙ୍ଗଲ ନଷ୍ଟ ହେଉଥିବା ହେତୁ ଅଧିକାଂଶ ଜଙ୍ଗଲୀ ଯିବ ଯନ୍ତୁ ଜନ ବସତି ମୁହାଁ ହେଉଥିବା ଅନେକ ସମୟରେ ଦେଖିବାକୁ ମିଳିଛି ।  ତେବେ ଅଞ୍ଚଳରେ ପ୍ରବଳ ଖରା ଲାଗି ଗରମ ଅନୁଭୂତ ହେଉଥିବା ବେଳେ ଏଥିଲାଗି ଜଙ୍ଗଲ ମାନଙ୍କରେ ଥିବା ଝରଣା ପାଣି ସୁଖିବାରେ ଲାଗିଛି ସେଥିଲାଗି ବନ୍ୟ ଜନ୍ତୁ ମାନେ ତୃଷ୍ନା ମେଣ୍ଟାଇବାଲାଗି ଜନ ବସତି ମୁହାଁ ହୋଇ ନଦୀ କୂଳରେ ସନ୍ଧ୍ୟା ସମୟରେ ଆସନ୍ତି ପାଣି ପିଇବାପାଇଁ । 

ସେହିଭଳି ସୁକ୍ରୁବର ଦିନ ସନ୍ଧ୍ୟା ସମୟରେ ମୋହନା ନିକଟସ୍ଥ ଅଠର ନଳା ନଦୀକୁ ପାଣି ପିଇବାକୁ ଆସିଥିବା ଏକ ହରିଣକୁ କିଛି କୁକୁର ମାନେ ଘଉଡ଼ାଇ ତାକୁ କ୍ଷେତ ବିକ୍ଷତ କରିଥିଲେ । ଖବର ପାଇ ମୋହନା ବନ ବିଭାଗ ଅଧିକାରୀଣି କଳ୍ପନା ନାୟକ ଓ ତାଙ୍କ କର୍ମଚାରୀମାନେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଥିବା ହରିଣଟିକୁ ଉଦ୍ଧାର କରି ପଶୁ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ।  ଉକ୍ତ ହରିଣର ଗୋଡ଼ ଓ ଦେହରେ ବିଭିର୍ଣ୍ଣ ସ୍ଥାନରେ କୁକୁରମାନେ କ୍ଷତ ବିକ୍ଷତ କରିଥିଲେ ।  ଡାକ୍ତର ପଣ୍ଡା ଉକ୍ତ ହରିଣଙ୍କୁ ଚିକିତ୍ସା କରି ବନବିଭାଗୁ ହସ୍ତାନ୍ତର କରିଥିଲେ କିନ୍ତୁ ଶନିବାର ଦିନ ସକାଳୁ ହରିଣଟିର ମୃତ୍ୟୁ ଘଟିଛି ଖବର ଜାଣିବା ପରେ କଳ୍ପନା ନାୟକ ପଶୁ ଚିକିତ୍ସା ଅଧିକାରୀଙ୍କୁ ଡାକି ତାହାର ଶବ ବ୍ୟବଚ୍ଛେଦ କରି ତାକୁ ମାଟି ତଳେ ପୋତି ଦିଆଯାଇଛି ।    ( ରିପୋର୍ଟ – ଗରୁଡ଼ଧ୍ଵଜ ଚୌଧୁରୀ ) 

Exit mobile version