ଟଙ୍କା ଆଦାୟ କରିବା ବାହାନା ରେ ବ୍ୟବସାୟୀ ଙ୍କୁ ଅପହରଣ କରିଥିବା ସମ୍ପୃକ୍ତ ୨ ଜଣ ଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ୍

ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ଏପ୍ରିଲ , ଶନିବାର ) ରଣପୁର :- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଜଣେ ବ୍ୟବସାୟୀଙ୍କୁ ଅପହରଣ କରି ନେଇ ମୁଣ୍ଡ ଜାମିନ ରଖି ଟଙ୍କା ଆଦାୟ କରିବା ପାଇଁ ମସୁଧା ଚଳାଇଥିବା ବେଳେ ଚାଦପୁର ପୋଲିସ ବ୍ୟବସାୟୀ ଙ୍କୁ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଙ୍କୁ ଗିରଫ କରିବା ସହ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ସ୍କୁଟି, ବାଇକ, ସ୍ବାଇପ ମେସିନ ଏବଂ ତିରିଶ ହଜାର ଟଙ୍କା ଜବତ କରିଥିବା ଜଣା ଯାଇଛି l ଘଟଣାରୁ ଜଣାଯାଏ ଚାନ୍ଦପୁର ଥାନା କନ୍ଧନୟାଗଡ ଗ୍ରାମର ପ୍ରତାପ ବେହେରା ଟାଙ୍ଗିର ଏକ ଘରୋଇ ବ୍ୟାଙ୍କ ରେ ସିକ୍ଯୁରିଟି ଭାବେ କାର୍ଯ୍ୟ କରିବା ସହ ବେଆଇନ ଭାବେ ସୁଧ ଦେଣ ନେଣ କରି ଆସୁଥିଲେ l

ପ୍ରତାପ ବେହେରା ଙ୍କ ଠାରୁ ଟାଙ୍ଗି ଥାନା ଝରିଆ ଗ୍ରାମର ନୀଳକଣ୍ଠ ପଲେଇ ଟଙ୍କା ସୁଧ କୁ ନେଇ ବେପାର କରି ଆସୁଥିଲେ l ଧାର ଟଙ୍କା ଦେଣ ନେଣ କୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖାଇଦେଇଥିଲା l ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରତାପ ବେହେରା ତାର ସହଯୋଗୀ ସହାୟତାରେ ବ୍ୟବସାୟୀ ନୀଳକଣ୍ଠ ପଲେଇ ଙ୍କୁ ଚାନ୍ଦପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବଳ ପୂର୍ବକ ଉଠାଇ ନେଇଥିଲେ l ପରେ ନୀଳକଣ୍ଠ ପଲେଇ ଙ୍କ ସ୍ତ୍ରୀ ଉର୍ମିଳା ପଲେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇଲା ପରେ ଚାନ୍ଦପୁର ପୋଲିସ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ l

କେଶ ନମ୍ବର ୫୫/୨୦୨୧ ରେ ଏକ ମକଦମା ରୁଜୁ କରାଯାଇଥିଲା l ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ ଚାନ୍ଦପୁର ପୁଲିସ କନ୍ଧନୟାଗଡ ଜଙ୍ଗଲ ରେ ଚଢ଼ାଉ କରି ଏତଲାର ୩ ଘଣ୍ଟା ମଧ୍ୟରେ ବ୍ୟବସାୟୀ ନୀଳକଣ୍ଠ ପଳେଇ ଙ୍କୁ ଉଦ୍ଧାର କରିବା ସହ ଅପହରଣ କରିଥିବା ପ୍ରତାପ ବେହେରା ଓ ସୌଭାଗ୍ୟ ସାହୁକୁ ଗିରଫ କରିବା ସହ ସେମାନଙ୍କ ଠାରୁ ସ୍କୁଟି, ବାଇକ, ସ୍ବାଇପ ମେସିନ ଏବଂ ତିରିଶ ହଜାର ଟଙ୍କା ଜବତ କରିଥିବା ଜଣାଯାଇଛି l

Exit mobile version