ଡଃ ଅରୁଣ କୁମାର ସାହୁଙ୍କ କରକମଳରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ – ଇଟାମାଟି

ଓଡ଼ିଶା ତାଜା ନ୍ୟୁଜ (୧୭ ଅପ୍ରେଲ ଶନିବାର) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଇଟାମାଟି ଠାରେ ଆଜି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନୂତନ ଗୃହ ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଛି ।

ଏହି ନୂତନ ଗୃହ ୨୪ ଲକ୍ଷ ୨୩ ହଜାର ଟଙ୍କା ବ୍ୟୟରେ ଦୁଇ ମହଲା  ବିଶିଷ୍ଟ କାର୍ଯ୍ୟାଳୟ ଓ ଆବାସିକ ଗୃହ ନିର୍ମାଣ କରାଯାଇଛି । ଉଦ୍ଘାଟନ କାର୍ଯ୍ୟକ୍ରମ ରେ ନୟାଗଡ଼ ତହସିଲଦାର ଭିକାରୀ ସାହୁ , ଇଟାମାଟି ସରପଞ୍ଚ ସୋନାଲିକା ମନ୍ଥନ ଓ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।  (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version