
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଏପ୍ରିଲ ଶନିବାର ) ରଣପୁର :-୧୭ ଏପ୍ରିଲ ଶନିବାର ରଣପୁର ମହାବିଦ୍ୟାଳୟ ଠାରେ ଓଡ଼ିଶା-ମୋ-ପରିବାର (ଜୀବନ ବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ରଣପୁର ବ୍ଲକ ଏବଂ ନଗର ଉଭୟ ବିଜୁ ଜନତା ଦଳର ସଭାପତି ଏହାକୁ ଆୟୋଜନ କରିଥିଲେ ।
ଏହାକୁ ରଣପୁର ମହାବିଦ୍ୟାଳୟ ରେ ଅନୁଷ୍ଠିତ କରାଯାଇ ଶତାଧିକ ଲୋକ ସ୍ବେଛାକୃତ ରକ୍ତଦାତା ଙ୍କ ଦ୍ଵାରା ସମ୍ପୂର୍ଣ୍ଣ ଆଦୃତ ହୋଇଥିଲା । ଏଥିରେ ରକ୍ତଦାତା ମାନେ ମହାବିଦ୍ୟାଳୟ ରେ ପହଞ୍ଚି ରକ୍ତ ଦେଇଥିଲେ । ଏବଂ ଏହି କାର୍ଯ୍ୟକ୍ରମ ରେ ରଣପୁର ବିଧାୟକ ଓ ସମସ୍ତ ନେତୃ ବୃନ୍ଦ ରକ୍ତ ଦାତା ମାନଙ୍କୁ ରକ୍ତ ଦେବା ପାଇଁ ପ୍ରୋତ୍ସାହନ କରିଥିଲେ ।
ତତସହ ୧୧୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ଏବଂ ପ୍ରତ୍ୟକ ଙ୍କୁ ଦୁଇଟି ପ୍ରମାଣପତ୍ର ଦିଆଯାଇଥିଲା ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷର ଥାଇ ଓଡ଼ିଶା-ମୋ-ପରିବାର (ଜୀବନ ବିନ୍ଦୁ) ପ୍ରମାଣ ପତ୍ର ଏବଂ ଅନ୍ୟଟି ବ୍ଲଡ଼ ବ୍ୟାଙ୍କ ତରଫ ରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।
ଓଡ଼ିଶାର ଦିବଙ୍ଗତ ଜନ ନାୟକ ବିଜୁ ପଟ୍ଟନାୟକ ଓଡ଼ିଶାର ଜନ ମାନସ ର ନେତା ଙ୍କ ଶ୍ରାଦ୍ଧ ଦିବସ ବିଜୁ ଯୁବ ଜନତା ଦଳର ସଭାପତି ପାଣ୍ଡବ ସେଠୀ, ନଗର ସଭାପତି ସ୍ୱରାଜ ମହାନ୍ତି,ସାମ୍ବାଦିକ ଅଭିମନ୍ୟୁ ମହାରଣା,ସାମ୍ବାଦିକ ରଘୁନାଥ
ନାୟକ,ପୂର୍ବତନ ନଗର ଅଧକ୍ଷା ସବିତା ଦାସ, ଚାନ୍ଦପୁର ଜିଲ୍ଲାପରିଷଦ,ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର ,ଇ. ଦେବାଶିଷ ପଟ୍ଟନାୟକ, ସାଂସଦ ପ୍ରତିନିଧି ସ୍ବର୍ଣ୍ଣ ପ୍ରକାଶ ରାଉତରାୟ,କଲେଜ ପ୍ରିନ୍ସପାଲ ସଂଗ୍ରାମ କେଶରୀ ରାୟ ଙ୍କ ସମେତ ଅନ୍ୟାନ୍ୟ ପ୍ରାଧ୍ୟାପକ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।
