ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ରକ୍ତଦାନ ଶିବିର

 ଓଡ଼ିଶା ତାଜା ନ୍ୟୁଜ (୧୭ ଅପ୍ରେଲ ଶନିବାର) କଳାହାଣ୍ଡି :- ଓଡ଼ିଶାର ବରପୁତ୍ର ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନର୍ଲାରୋଡ ଧର୍ମଶାଳା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗଦାନ କରି ସ୍ଵର୍ଗତ ବିଜୁବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ରକ୍ତଦାନ ଶିବିରର ଉଦଘାଟନ କରିଥିଲେ। ବିଜୁବାବୁ ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ମାର୍ଗ ଦେଖାଉଥିଲେ ।

ତାଙ୍କର ପୂଣ୍ୟତିଥିରେ ଏହି ଶିବିରରେ ସର୍ବମୋଟ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାନ ଶିବିରରେ ଚିକିତ୍ସା ବିଭାଗର କୃଷ୍ଣ ଚନ୍ଦ୍ର ସାହୁ, ସଞ୍ଜିବ କୁମାର ମହାକୁଡ଼,ତେଜରାଜ ଦଣ୍ଡସେନା,ଗିରିଶ ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ନର୍ଲା ବିଜୁଜନତା ଦଳର ଯୁବ ସଭାପତି ହରିଶଙ୍କର ମାଝୀଙ୍କ ସମେତ ଛାତ୍ର ସଭାପତି ଓମପ୍ରକାଶ ପୁଝାରୀ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈାଡିଆ,

ସର୍ଗିଗୁଡା ସରପଞ୍ଚ ନୃସିଂହ କୁମାର, ପୂର୍ବତନ ସରପଂଚ ହମେଶ ଜୈନ, ନର୍ଲା ପଞ୍ଚାୟତ ସଭାପତି କିଶୋର ମାଝୀ, ସଂପାଦକ ଭୋପାଳ ନାଗ,ସୁମନ୍ତ ପୁଝାରୀ,ବିମଳ କେଡିଆ, ଚକ୍ର ଗଉଡ, ଅର୍ଜୁନ ପଧାନ,ଟଙ୍କଧର ମେହେର, ଜୟନ୍ତ ଗଉଡ,ପୂର୍ଣ୍ଣ ପୁଝାରୀ, ଗୋବିନ୍ଦ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version