କଟକ ସହରରେ ସ୍ଵରେଜ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାନୁଷ୍ଠାନ – ଦୁଇ ଇଞ୍ଜିନିୟର ଙ୍କ ବଦଳି । ଜୁନିଅର ଇଞ୍ଜିନିୟର ନିଲମ୍ବିତ । ଓ FIR ରୁଜୁ । ମୃତକଙ୍କ ପରିବାର ପାଇଁ ଦଶ ଲକ୍ଷ ଟଙ୍କା ଲେଖାଏ  ସହାୟତା ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର :-  ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ ବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳା କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ଘଟଣା ର ଆଜି ତଦନ୍ତ କରାଯାଇ PHEOର Executive Engineer ତଥା watco GM ଶ୍ରୀ ସୁଶାନ୍ତ ଘଡେଇ ,SDO and GM watcoଶ୍ରୀ ସୁବାସ ରାଉତ ଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ଶ୍ରୀ ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି ୍ 

ତା ସହିତ ଜୁନିୟର ଇଞ୍ଜିନିୟର ଶ୍ରୀ ସାହୁ ଏବଂ service provider ଶ୍ରୀ ଦୀପକ ନାୟକଙ୍କ ବିରୁଦ୍ଧରେ CMC ପଷରୁ ଥାନାରେ FIR ଦିଆଯାଇଛି । ଏହି ଦୁର୍ଘଟଣା ରେ ମୃତକଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ,ସେମାନଙ୍କ ନିକଟତମ ଆଡ୍ମୀୟଙ୍କ ପାଇଁ ଦଶ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି ଶିବା ଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

Exit mobile version