ନାବାର୍ଡ ପକ୍ଷରୁ ଭାରତରନି ବାବାସାହେବ ଡ. ଆମ୍ବେଦକରଙ୍କ ୧୩୦ତମ ଜନ୍ମବାର୍ଷିକୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର :- ନାବାର୍ଡର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟଠାରେ ଭାରତରନି ଡ. ବାବାସାହେବ ଆମ୍ବେଦକରଙ୍କର ୧୩୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମନ୍ତ୍ରୀ ଶ୍ରୀ ସାରକା ଡ. ଆମ୍ବେଦକରଙ୍କ ଜୀବନାଦର୍ଶ ଓ ଭାରତୀୟ ସମାଜକୁ ତାଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ ।

ନାବାର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଚିଫ୍‌ ଜେନେରାଲ୍‌ ମ୍ୟାନେଜର ଶ୍ରୀ ଉଦୟ ଭାସ୍କର ତାଙ୍କ ଅଭିଭାଷଣରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ନାବାର୍ଡ କିପରି ଓଡ଼ିଶାର ଗ୍ରାମାଞ୍ଚଳର ଗରିବମାନଙ୍କର ବିକାଶ ଦିଗରେ କାର୍ଯ୍ୟ କରୁଛି ସେ ସଂପର୍କରେ ଆଲୋକପାତ କରିଥିଲେ । ନାବାର୍ଡ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଡ. ଆମ୍ବେଦକରଙ୍କ ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇଛି ବୋଲି ସେ କହିଥିଲେ ।

ଏହି ଉତ୍ସବରେ ନାବାର୍ଡର ପଦାଧିକାରୀ ଓ ଷ୍ଟାଫ୍‌ ପ୍ରତ୍ୟକ୍ଷ ଓ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗ ଦେଇଥିଲେ ା ନାବାର୍ଡର ବିଭିନ୍ନ ୟୁନିୟନ୍‌ ଓ ଆସୋସିଏସନ୍‌, ନାବାର୍ଡ ପ୍ରୋଗ୍ରେସିଭ୍‌ କର୍ମଚାରୀ କଲ୍ୟାଣ ସଂଘର କର୍ମକର୍ତ୍ତା ମଧ୍ୟ ଏହି ଉତ୍ସବରେ ଯୋଗଦାନ କରି ଡ. ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ନାବାର୍ଡ ପରିସରରେ ଏକ ପାଠାଗାରର ଶୁଭ ଉଦ୍‌ଘାଟନ କରିଥିଲେ ।

Exit mobile version