କୃଷକ ତାଲିମ୍ ଶିବିର – ଜାତୀୟ ଖାଦ୍ୟନିରାପତ୍ତା ମିଶନ (ତୈଳବୀଜ)

ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର :- କୃଷି ଜିଲ୍ଲା ଅଧିକାରୀ, ଶ୍ରୀଯୁକ୍ତ ଶୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବ୍ଲକ୍‌ରେ ଦୁଇ ଦିନିଆ କୃଷକ ତାଲିମ ଶିବିର – ଜାତୀୟ ଖାଦ୍ୟ ନିରାପତ୍ତା ମିଶନ (ତୈଳବୀଜ) ତା୧୫.୦୪.୨୦୨୧ରିଖ ଓ ତା୧୬.୦୪.୨୦୨୧ରିଖରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବରମୁଣ୍ଡା ଠାରେ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ରଙ୍କ ସହଯୋଗରେ ସମାପ୍ତ ହୋଇଯାଅଛି  ।

ଏଇ ଦୁଇଦିନିଆ ତାଲିମ ଶିବିରରେ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଣ୍ଡା, ସଦୁକାରୀ କୃଷି ନିର୍ଦ୍ଦେଶକ (ତୈଳବୀଜ) ଶ୍ରୀମତୀ ଲିଟି ପଟ୍ଟନାୟକ, ଗୋଷ୍ଠୀ କୃଷି ଅଧିକାରୀ, ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ବେଉରା, ସହକାରୀ କୃଷିନିର୍ଦ୍ଦେଶକ (ସୂଚନା) ଶ୍ରୀଯୁକ୍ତ ସାରଦା ପ୍ରସନ୍ନ କର (ମୂର୍ତ୍ତିକା ବିଶାରଦ) ଏବଂ ଶ୍ରୀ ପରଶେ କୁମାର ପଣ୍ଡା (ବିହନ ପ୍ରାମାଣିକ ଅଧିକାରୀ) ଉପସ୍ଥିତ ରହି ତୈଳବୀଜ ଫସଲର ଗୁରୁତ୍ୱ ୬୫ବିଭିନ୍ନ ଯୋଜନା, ସମନ୍ୱିତ ରୋଗ ପୋକ ପରିଚାଳନା, ତୈଳବୀଜ ଫସଲର ଉତ୍ପାଦନ ପ୍ରଣାଳୀ,

ବିହନ ଉତ୍ପାଦନ କୌଶଳ ଓ ପଞ୍ଜିକରଣ, ମୃର୍ତ୍ତିକା ପରୀକ୍ଷାର ଆବଶ୍ୟକତା ଓ ସମନ୍ୱିତ ଖାଦ୍ୟସାର ପରିଚାଳନା ବିଷୟରେ ଆଲୋଚନା କରି ଉକ୍ତ ତାଲିମ ଶିବରରେ ସହକାରୀ କୃଷି ଅଧିକାରୀ ଶ୍ରୀ ମନୋରଞ୍ଜନ ରାଉଳ, ବାଲିଅନ୍ତା, ଶ୍ରୀମତୀ ସବିତା ଦାଶ, ଭୁବନେଶ୍ୱର, ରୁଚିସ୍ମିତା କର ମହାପାତ୍ର, ଜଟଣୀ, ରଶ୍ମିତାବାଳା ଦାଶ, ଖଣ୍ଡଗିରି, ରସିଦା ଫିରଦସ ଉପସ୍ଥିତ ରହି ଉକ୍ତ ତାଲିମ ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ  । ଉକ୍ତ ପ୍ରଶିକ୍ଷଣ ଶିବିରରେ ଭୁବନେଶ୍ୱର, ବାଲିଅନ୍ତା, ବାଲିପାଟଣା ଓ ଜଟଣୀ ବ୍ଲକ୍‌ର ୩୦ଜଣ କୃଷକ ଯୋଗ ଦେଇଥିଲେ  ।

Exit mobile version