ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ରଣପୁର ର ପଟାସଙ୍ଖ ତଥା ମନ୍ଦାକିନୀ ସେତୁ ବ୍ରିଟିସ୍ ଅମଳ ରୁ ତିଆରି ହୋଇ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ଥିଲା ବେଳେ ଏବଂ ଏହା ତିଆରି ହେବ ବୋଲି ଲୋକଙ୍କୁ ଆଶା ଦିଆଯାଇ ଆସୁଥିବା ବେଳେ ୫ ବର୍ଷ ଅପେକ୍ଷା କରି ସାରିଥିବା ଲୋକ ଙ୍କୁ ଅସୁବିଧା ର ସମ୍ମୁଖିନ କରିଆସୁଥିବା ଏହି ବ୍ରିଜ୍ ଆଦ୍ୟାବଧି କାର୍ଯ୍ୟକାରୀ ଆରମ୍ଭ ହୋଇନି ।
ରାସ୍ତା ର ଦୁଇ ପାର୍ଶ୍ଵ ଏହିଭଳି ଅବସ୍ଥାରେ ଅଛି ଯେ କେଉଁ ମୁହୂର୍ତ୍ତ ରେ ଦୁର୍ଘଟଣା ମାନ ଘଟି ମଣିଷ ଜୀବନ ହାନୀ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଗୋଟିଏ ସପ୍ତାହ ଭିତରେ କାର୍ଯ୍ୟ କରିବା ପାଇଁ ମତ ରଖିଛନ୍ତି ଏହି ବ୍ରିଜ୍ କୁ ଅନୁଧ୍ୟାନ କରିବା ପାଇଁ ସି.ଏସ. ଆର. ଆଇ ର ଇଂଜିନିୟର ମାନେ ମଧ୍ୟ ଗ୍ରସ୍ତ କରିଥିଲେ ।
