ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ନୂଆ ବୈଦେଶିକ ବ୍ୟବସାୟର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :-  ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ବୈଦେଶିକ ବ୍ୟବସାୟ ଶାଖାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ନୂତନ ବ୍ୟବସାୟ ଶାଖା ଜରିଆରେ କଂପାନିର ବିଶ୍ୱ ସ୍ତରୀୟ ଦୁଇଚକିଆ ଯାନଗୁଡ଼ିକୁ ଦୁନିଆର ସବୁଠୁ ଉନ୍ନତ ଦୁଇ ଚକିଆ ବଜାରକୁ ରପ୍ତାନି କରିବାର ଅଭିଳାଷକୁ ପୂରଣ କରାଯାଇପାରିବ । ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆରେ ହୋଇଥିବା ପ୍ରମୁଖ ସଂସ୍ଥାଗତ ପୁନର୍ଗଠନରେ ବିଭିନ୍ନ ବିଭାଗର ୧୦୦ରୁ ଅଧିକ ସହଯୋଗୀ ଏକତ୍ରୀତ ହୋଇ ଦୁଇ ଚକିଆ ଯାନ ରପ୍ତାନି ପାଇଁ ହୋଣ୍ଡା ଇଣ୍ଡିଆକୁ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ କରିବାର ଲକ୍ଷ୍ୟ ପୂରଣ କରିବା ଲାଗି ଆଗେଇ ଆସିଛନ୍ତି । ନୂଆ ବୈଦେଶିକ ବ୍ୟବସାୟ ଶାଖାରେ ବିକ୍ରି, ଇଞ୍ଜିନିୟରିଂ, ବିକାଶ, କିଣାକିଣି ଓ ଗୁଣାତ୍ମକ ମାନ ଆଦି ସମନ୍ୱିତ କରାଯାଇଛି । ଏହା ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆର ଆମଦାନି ଓ ରପ୍ତାନି କାର୍ଯ୍ୟକୁ ସମନ୍ୱିତ କରିବ ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ଆତ୍‌ସୁସି ଓଗାତା, ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଭବିଷ୍ୟତକୁ ନଜରରେ ରଖି ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ହୋଣ୍ଡାର ବିଶ୍ୱସ୍ତରୀୟ ମୋଟର୍‌ସାଇକଲ୍‌ ବ୍ୟବସାୟରେ ଏହାର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଏବଂ ବିଏସ୍‌-୬ ଯୁଗରେ ଭାରତ ଏବଂ ଦୁନିଆ ପାଇଁ ଏହା ସହିତ ମେକ୍ ଇନ୍ ଇଣ୍ଡିଆର ନୂଆ ଅଧ୍ୟାୟକୁ ଏହା ଉନ୍ମୁକ୍ତ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ପୁନର୍ଗଠନ ସହିତ କଂପାନି ଏହାର ବ୍ୟବସାୟକୁ ଆହୁରି ଦୃଢ଼ କରିଛି ଏବଂ ଗ୍ଲୋବାଲ୍ ହୋଣ୍ଡାର ଉଚ୍ଚ ଅଭିଳାଷକୁ ପୂରଣ କରିବା ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ଉନ୍ନତି ଆଣିଛି ।’’ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ୨୦୦୧ରେ ରପ୍ତାନି ଆରମ୍ଭ କରାଯାଇଥିଲା ।

କଂପାନି ପ୍ରଥମେ ଆକ୍ଟିଭା ରପ୍ତାନି କରିଥିଲା । ୨୦୧୫ରେ ହୋଣ୍ଡାର କ୍ରମବର୍ଦ୍ଧିଷ୍ଣୁ ରପ୍ତାନି ୧୦ ଲକ୍ଷ ମାଇଲଖୁଌକ୍ଷଗ୍ଧ; ଅତିକ୍ରମ କରିଥିଲା । ଦ୍ରୁତ ଉତ୍ପାଦ ପୋର୍ଟଫୋଲିଓ ସମ୍ପ୍ରସାରଣ ସହ ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ୟୁରୋପ, କେନ୍ଦ୍ରୀୟ ଓ ଲାଟିନ୍ ଆମେରିକା, ମଧ୍ୟ ପ୍ରାଚ୍ୟ, ଦକ୍ଷିଣ ପୂର୍ବ ଏସିଆ, ଜାପାନ ଓ ସାର୍କ ରାଷ୍ଟ୍ର ସମୂହର ୩୫ଟି ବିବିଧ ବଜାରକୁ ରପ୍ତାନି କରାଯାଉଛି । କଂପାନିର ୧୯ଟି ଦୁଇ ଚକିଆ ଯାନ ରପ୍ତାନି ହେଉଛି ଯାହା କଠୋର ୟୁରୋ ୫ ମାନକ ପୂରଣ କରୁଛି । ନିକଟରେ କଂପାନି ଏହାର ଏକ ମଧ୍ୟମ ଆକାରର ମୋଟର୍‌ସାଇକଲ୍‌ର ବିଶ୍ୱସ୍ତରୀୟ ଉନ୍ମୋଚନ କରି ବୈଦେଶିକ ବ୍ୟବସାୟ ସମ୍ପ୍ରସାରଣକୁ ଉନ୍ମୁକ୍ତ କରିଥିଲା ।

Exit mobile version