ଗୋଦରେଜ୍‌ର ନୂଆ ଏୟାର କଣ୍ଡିସନରରେ ୯୯.୯%ରୁ ଅଧିକ ଭାଇରସ୍ ଷ୍ଟେରିଲାଇଜେସନ ସୁବିଧା

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଭୁବନେଶ୍ୱର :- ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଗୋଦରେଜ୍ ଆଣ୍ଡ୍ ବୋଏସ୍‌ର ଏକ କଂପାନି ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ନୂଆ ଏୟାର କଣ୍ଡିସନରକୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ୯୯.୯%ରୁ ଅଧିକ ଭାଇରସ୍ ଷ୍ଟେରିଲାଇଜେସନ୍ ସୁବିଧା ରହିଛି । ଏହି ଏସିରେ ରହିଛି ନାନୋ-କୋଟେଡ୍ ଆଂଟି-ଭାଇରାଲ୍ ଫିଲ୍‌ଟରେସନ୍ ସୁବିଧା ଯାହା ଭୂତାଣୁ ଓ ଜୀବାଣୁ କଣିକାକୁ ନଷ୍ଟ କରି ଘର ଭିତରେ ସ୍ୱଚ୍ଛତାରେ ଉନ୍ନତି ଆଣିଥାଏ । ଏହା ହେଉଛି ୧୦୦% ମେଡ୍ ଇନ୍ ଇଣ୍ଡିଆ ଏସି । ମେକ୍ ଇନ୍ ଇଣ୍ଡିଆ ପ୍ରତି ନିଜର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ କଂପାନି ତରଫରୁ ସିରୱାଲ୍ କାରଖାନାରେ ଏକ ନୂଆ ଏସି ନିର୍ମାଣ ୟୁନିଟ୍ ସ୍ଥାପନ କରାଯାଇଛି । ଏହି ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳାରେ ୩୦ଟି ମଡେଲ୍ ରହିଛି ଯେଉଁଥିରେ ପରିବେଶକୁ ସୁହାଇବା ଭଳି ରେଫ୍ରିଜରାଂଟ୍‌-ଆର୍‌୨୯୦ ଓ ଆର୍‌୩୨କୁ ବ୍ୟବହାର କରାଯାଇଛି ଯେଉଁଥିରେ ସର୍ବନିମ୍ନ ବିଶ୍ୱ ତାପନ ସମ୍ଭାବନା ରହିଛି ।

ଶ୍ରୀଯୁକ୍ତ କମଳ ନନ୍ଦୀ, ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି-ଗୋଦରେଜ୍‌ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ଆମେ ଆମର ମାନୁଫାକ୍‌ଚରିଂ ଦକ୍ଷତାକୁ ନେଇ ଗର୍ବିତ । ସିରୱାଲ୍ ଓ ମୋହାଲିରେ ଥିବା ଆମର ଉଭୟ ଉତ୍ପାଦନ କାରଖାନାକୁ ଭାରତରେ ପ୍ରଥମ ଥର ପାଇଁ ସିଆଇଆଇର ସମ୍ମାଜନକ ଗଅିକୋ ପ୍ଲାଟିନମ୍ ପ୍ଲସ୍ ରେଟିଂ ମିଳିଛି । ବ୍ୟାକ୍‌ୱାର୍ଡ ଇଟିଂଗ୍ରେସନ ଜରିଆରେ ଆମେ ଆମର ସ୍ୱଦେଶୀ ଉତ୍ପାଦନ କ୍ଷମତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛୁ ଓ ଏଥି ସହିତ ଆମେ ନିଜସ୍ୱ କାରଖାନାରେ ଆମର ଉତ୍ପାଦଗୁଡ଼ିକୁ ଉତ୍ପାଦନ କରିବୁ । ସ୍ଥାପନ କରାଯାଇଥିବା ନୂତନ କାରଖାନା ହେଉଛି ଆମର ପ୍ରତିଷ୍ଠାତାଙ୍କ ଲକ୍ଷ୍ୟ ପରିବେଶର ଯତ୍ନ ସହିତ ଆତ୍ମନିର୍ଭର ଭାରତର ପ୍ରତି ଆମ ପ୍ରତିଷ୍ଠାତାଙ୍କ ରହିଥିବା ଲକ୍ଷ୍ୟକୁ ଜୀବନ୍ତ କରିଛି । ୨୦୨୫ ସୁଦ୍ଧା ସିରୱାଲ୍ ଓ ମୋହାଲିରେ ୧୦୦% ଭାବେ ପରିବେଶ ମିତବ୍ୟୟୀ ଏସି ନିର୍ମାଣ କରିବା ଲାଗି ୧୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଯୋଜନା ରଖାଯାଇଛି । ଏହା ଦ୍ୱାରା ଉତ୍ପାଦନ କ୍ଷମତା ୮ ଲକ୍ଷ ୟୁନିଟ୍‌କୁ ବୃଦ୍ଧି ପାଇବ ।

ଏହି ନୂଆ ଏସି ହେଭି ଡ୍ୟୁଟି ଶୀତଳତା ପ୍ରଦାନ କରିବା ସହ ଏଥିରେ ରହିଛି ୯୯.୯%ରୁ ଅଧିକ ଭାଇରସ୍ ଷ୍ଟେରିଲାଇଜେସନ୍ ସୁବିଧା ଓ ଘରେ ସ୍ୱଚ୍ଛତାର ଆବଶ୍ୟକତା ଦୃଷ୍ଟିରୁ ଏଥିପାଇଁ ଆଂଟି ଭାଇରାଲ ନାନୋ ଫିଲ୍‌ଟରେସନ୍ ପ୍ରଯୁକ୍ତିକୁ ଧନ୍ୟବାଦ । ‘’ ସନ୍ତୋଷ ସାଲିଆନ୍‌, ପ୍ରଡକ୍ଟ ଗ୍ରୁପ୍ ହେଡ୍‌-ଏୟାର କଣ୍ଡିସନର, ଗୋଦରେଜ୍‌ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ପ୍ରତିବର୍ଷ ଗ୍ରୀଷ୍ଣ ପ୍ରବାହ ଅସହ୍ୟ ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍‌ରେ ତାପମାତ୍ରା ବହୁତ ବଢ଼ିଛି । ଗତବର୍ଷ ଗ୍ରୀଷ୍ଣରେ ଏସି ଶିଳ୍ପ ଗୁରୁତର ପ୍ରଭାବିତ ହୋଇଥିଲା କିନ୍ତୁ ଏବର୍ଷକୁ ନେଇ ଆମେ ଉତ୍ସାହିତ ରହିଛୁ ଏବଂ ଘରେ ରହି ପାଠପଢ଼ିବା ଏବଂ ଅଫିସ କାର୍ଯ୍ୟ କରିବା ଜାରି ରହିଥିବାରୁ ଏସିର ଚାହିଦା ଭଲ ଭାବେ ବଢ଼ିବ ବୋଲି ଆମେ ଆଶା କରୁଛୁ । ଆମେ ୨ ଟିଆର୍ ସ୍ପ୍ଲିଟ୍ ଏସି ପୋର୍ଟଫୋଲିଓ ରହିଛି ଯାହାକୁ ଲିଭିଂ ରୁମ୍ ଏସି ଭାବେ ଉପସ୍ଥାପନ କରାଯାଉଛି । ଗୋଦରେଜ୍ ଏୟାର କଣ୍ଡିସନରଗୁଡ଼ିକ ହେଭି ଡ୍ୟୁଟି, ଶକ୍ତି ଓ ପରିବେଶ ମିତବ୍ୟୟୀ ଭାବେ ପରିଚିତ ।

 

ଆମେ ସେସବୁକୁ ବଜାୟ ରଖିଛୁ ଏବଂ ମହାମାରୀର ପ୍ରଭାବରେ ଲୋକମାନଙ୍କ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟର ଆବଶ୍ୟକତା ବୃଦ୍ଧି ପାଇଥିବାରୁ ଆମର ନୂତନ ଏସିରେ ରହିଛି ୯୯.୯%ରୁ ଅଧିକ ଭୂତାଣୁ ଓ ଜୀବାଣୁ ନାଶକାରୀ ବ୍ୟବସ୍ଥା । ୧୦୦% ମେଡ୍ ଇନ୍‌ ଇଣ୍ଡିଆ ଓ ସବୁଜ ଏସି ବର୍ଗ ଭାବେ ଆମର ବିଶ୍ୱାସ ରହିଛି ଯେ ଏହା ଆସନ୍ତା ତିନି ବର୍ଷରେ ୧୦% ବଜାର ଅଂଶ ହାସଲ କରି ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ।’’ ଏହି ନୂତନ ବର୍ଗର ଏସି ଉଭୟ ଇନଭର୍ଟର ଓ ଫିକ୍ସଡ୍ ସ୍ପିଡ୍ ପ୍ରଯୁକ୍ତି, ୫ ଷ୍ଟାର୍ ଓ ୩ ଷ୍ଟାର୍‌ ରେଟିଂର ସ୍ପ୍ଲିଟ୍ ଏସି ଭାବେ ଉପଲବ୍ଧ ହେଉଛି । ଗ୍ରାହକମାନଙ୍କ ମାନସିକ ଶାନ୍ତି ଲାଗି ଏଥିରେ ୧୦ ବର୍ଷ ଇନଭର୍ଟର ୱାରେଂଟି ପ୍ରଦାନ କରାଯାଉଛି । ଏହା ବ୍ୟତୀତ କେତେକ ନିର୍ଦିଷ୍ଟ ସହରରେ କିଣିବା ଦିନ ଇନଷ୍ଟଲେସନ୍ ସୁବିଧା ଦିଆଯାଉଥିବା ବେଳେ ସମଗ୍ର ଏସି ବର୍ଗମାଳା ଉପରେ ଆକର୍ଷଣୀୟ ଫାଇନାନ୍ସ ଓ ବର୍ଦ୍ଧିତ ୱାରେଂଟି ସୁବିଧା ରହିଛି ।

Exit mobile version