ଅବକାରୀ ବିଭାଗ ପକ୍ଷରୁ ଅପମିଶ୍ରିତ ମଦ ଜବତ

ଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର )ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ନିରୀକ୍ଷକ ଏ. ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ପାଟପୁର ଥାନା ଅଧୀନସ୍ଥ ଚାକୁଣ୍ଡାପଲ୍ଲୀ , କୃଷ୍ଣସାଗର ଓ ବିଛାପଟ ଆଦି ଗ୍ରାମ ନିକଟସ୍ଥ ପାହାଡିଆ ଦୁର୍ଗମ ଜଙ୍ଗଲରେ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ କରାଯିବା ସହ ରନ୍ଧାମଦ ଜବତ କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ଗୁରୁବାର ପୂର୍ବାହ୍ନରେ ଦିଗପହଣ୍ଡି ଅବକାରୀ ବିଭାଗ ଉପ ନିରୀକ୍ଷକ ଅଭିରାମ ସାହୁଙ୍କ ନେତୃତ୍ୱରେ କର୍ମଚାରୀ ମାନେ ସକାଳ ସାଢେ଼ ୯ ଠାରୁ

ମଧ୍ୟାହ୍ନ ଗୋଟାଏ ସମୟ ପର୍ଯ୍ୟନ୍ତ ଉକ୍ତ ଦୁର୍ଗମ ପାହାଡ଼ିଆ ରାସ୍ତାରେ ରହିଥିବା ମଦପ୍ରସ୍ତୁତି ଇଲାକାରେ ପହଞ୍ଚି ୧୯୦୦ କେଜି ଗୁଡମିଶ୍ରିତ ପୋଚକୁ ନଷ୍ଟ କରିବା ସହ ୪୦ ଲିଟର ରନ୍ଧାମଦ ଜବତ କରିଥିବା ସୂଚନା ମିଳିଛି । ତେବେ ଏଥିରେ କାହାକୁ ଗିରଫ କରାଯାଇନଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଅବକାରୀ କେସ୍ ନଂ ୩/୨୧-୨୨ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଅବକାରୀ ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଏହି ଚଢାଉ ସମୟରେ ଦିଗପହଣ୍ଡି ଅବକାରୀ ଉପ ନୀରିକ୍ଷକ ଶ୍ରୀ ସାହୁ ସମେତ ଏଏସ୍ଆଇ ବସନ୍ତ ବେହେରା , କର୍ମଚାରୀ ନିରଞ୍ଜନ ବେହେରା , ଏନ୍.ତ୍ରିପତୀ , ସ୍ବଏମ୍ଭୁ କହଁର , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।  ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version