ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ସେବା ର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର )ବରଗଡ଼ :-  ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ  ଅତ୍ୟାଧୁନିକ ୧୦୮ ର ଆମ୍ବୁଲାନ୍ସ କୁ ରାଜ୍ୟ ସଭା ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସା°ସଦ ପାଣ୍ଠି ରୁ ପ୍ରଦତ୍ତ ଏହି ଆମ୍ବୁଲାନ୍ସ ରେ ୨ଟି ଅକ୍ସିଜେନ,ଇସିଜି ମେସିନ ସହ ଜଣେ ଫାର୍ମାସିଷ୍ଟ, ଜଣେ ଟେକ୍ନିସିଏନ ଏବଂ ଜଣେ ଆଟେଡେଣ୍ଟ ରହିବେ ।

ଏହାର ସମସ୍ତ ଖର୍ଚ୍ଚ ସା°ସଦ ପାଣ୍ଠି ରୁ ବହନ କରାଯିବାକୁ ଥିବାବେଳେ ଏହାକୁ ୧୦୮ ସେବା ଦ୍ବାରା ପରିଚାଳନା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version