ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କ ନିର୍ଦେଶକୁ ଚାପିବା ସହିତ ଗୃହରେ ବାରମ୍ବାର ମିଛ କହିଛନ୍ତି ଗୃହମନ୍ତ୍ରୀ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 23.2.2020 :- ରିଖ ନୟାଗଡ ଜିଲ୍ଲା ଶରଣକୁଳ ଅନ୍ତର୍ଗତ କୋଟରମ, ଖଲିପାଟଣା ଗ୍ରାମର ୧୫ ପରିବାର ଆଜିକୁ ପ୍ରାୟ ୧୪ ବର୍ଷ ହେଲା କଙ୍ଗାରୁ କୋର୍ଟର ଶିକାର ହୋଇ ନିଜ ଗ୍ରାମକୁ ଫେରି ପାରୁନଥିବା ପ୍ରସଙ୍ଗ ରେ ସିଧାସଳଖ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ୧୧.୯.୨୦୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ୧୮.୯.୨୦୧୫ ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦେଶକୁ ଚାପିରଖିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିବା ସହିତ ଗୃହରେ ବାରମ୍ବାର ମିଥ୍ୟା ତଥ୍ୟ ଦେଇ ଗୃହକୁ ଭ୍ରମିତ କରିବା ସହିତ ରାଜ୍ୟବାସୀଙ୍କୁ ବି ବାସ୍ତବିକ ତଥ୍ୟ ଠାରୁ ଦୁରେଇ ରଖିଛନ୍ତି । ଯଦି ରାଜ୍ୟସରକାର ସ୍ୱଚ୍ଛତା ସାଧୁତା କଥା କହୁଥାନ୍ତି ଏଭଳି ଏକ ମାନବ ସଂବେଦୀ ପ୍ରସଙ୍ଗକୁ ନେଇ ଗୃହରେ ବାରମ୍ବାର ମିଥ୍ୟା ତଥ୍ୟ ଦେଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ନେତା ନିଷିକାନ୍ତ ମିଶ୍ର ଆଜି ଆୟୋଜିତ ସାମ୍ବାଦିକା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗ୍ରାମର ବିତାଡିତ ପରିବାରଙ୍କୁ ନେଇ ଗୃହମନ୍ତ୍ରୀ ବିଧାନସଭାରେ ଯେଉଁ ତଥ୍ୟ ରଖିଥିଲେ ସେହି ତଥ୍ୟକୁ ଭୁଲ ବୋଲି କହିବା ସହିତ ଜିଲ୍ଲା ପ୍ରଶାସନ କି ରାଜ୍ୟ ପ୍ରଶାସନ ଥରେ ହେଲେ ମଧ୍ୟ ଆମ ସହ ଯୋଗାଯୋଗ କରି ନାହାନ୍ତି ବୋଲି କହିଥିଲେ ଉକ୍ତ ଗ୍ରାମରୁ ୧୫ ବର୍ଷ ଧରି ବିତାଡିତ ହୋଇ ରହିଥିବା ବୟୋଜିଷ୍ଟ ବ୍ୟକ୍ତି ଯୁଧିଷ୍ଠିର କରଣ ।

କାହା ନିର୍ଦେଶରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିର୍ଦେଶକୁ ଚାପି ରଖିଛନ୍ତି ସରକାର ଶାନ୍ତି କମିଟି ଗଠନ ପାଇଁ ମାନବାଅଧିକାର ଡିଜିଙ୍କ ନିର୍ଦେଶକୁ କାହିଁକି ଚାପି ରଖିଛନ୍ତି ସରକାର ସିବିଆଇ ନିର୍ଦେଶକୁ କାହିଁକି ଚାପି ରଖିଛନ୍ତି ସରକାର ପ୍ରକାଶ ଯୋଗ୍ୟ ମାନବାଅଧିକାର କମିଶନଙ୍କ ମତଜ୍ଞ ଓଏ ଘଟଣାସ୍ଥଳକୁ ଅନୁଧ୍ୟାନ କରି ନୟାଗଡ ଜିଲାପାଳ,ଏସପି ଙ୍କୁ ଶାନ୍ତି କମିଟି ଗଠନ କରି ଗାଁ ଛାଡିଥିବା ପରିବାରଙ୍କୁ ଗାଁରେ ଥଇଥାନ କରିବା ନିର୍ଦେଶ ଦେଇଥିଲେ ଯାହା ଆଜି ପର୍ଯ୍ୟନ୍ତ ରାଜ୍ୟସରକାର କାର୍ଯ୍ୟକାରୀ କରି ନାହାନ୍ତି ଖାଲି ସେତିକି ନୁହେଁ ସିବିଆଇ ର ନିର୍ଦେଶକୁ ବେଖାତିର କରିବା ସହିତ କାହାର ସୁରକ୍ଷା ପାଇଁ ମନ୍ତ୍ରୀ ମହୋଦୟ ଡାହା ମିଛ କହିଲେ ଏବଂ ଏହି ଘଟଣାକୁ ନେଇ ଶରଣକୁଳ ଥାନାରେ ୧୬ ରୁ ଅଧିକ ମାମଲା ରୁଜ୍ଜୁ ହେଇଥିବା ସ୍ଥଳେ ମାତ୍ର ୧୦ ଟି ମାମଲା ରୁଜ୍ଜୁ ହେଇଥିବା କଥା କେମିତି ଗୃହମନ୍ତ୍ରୀ ବିଧାନସଭା ରେ କହିଲେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ତେଣୁ ସାଧୁତା ଓ ସ୍ୱଚ୍ଛତା କହୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇନ କୁ ଆଇନ ବାଟରେ ଯିବାକୁ ଦିଅନ୍ତୁ ଏବଂ କାର୍ଯ୍ୟାଅନୁଷ୍ଠାନ ସ୍ୱରୂପ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଦାବି କରିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶୁଭଶ୍ରୀ ପଣ୍ଡା,ଜିନେଶ ଦାସ,ଅମିତା ବିଶ୍ୱାଳ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Exit mobile version