ମୋହନା ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ରଥଦାଣ୍ଡ ଗ୍ରାମର ମହିଳାଙ୍କ ବଜ୍ରାଘାତ ରେ ମୃତ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଚୁଡଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ରଥଦାଣ୍ଡ ଗ୍ରାମର ବେର୍ନିକା ରଇତ ନାମକ ଜଣେ ମହିଳା (୨୮) ନିଜ ଗ୍ରାମ ନିକଟରେ ଥିବା ଜଙ୍ଗଲ (ବଗଡ଼) କୁ କାଜୁ ସଂଗ୍ରହ କରିବାପାଇଁ ପରିବାର ସହ ଯାଇଥିଲେ। କାଜୁ ସଂଗ୍ରହ କରି ଅପରାହ୍ନ ୨ ଟାରେ ଘରକୁ ଫେରିବା ବେଳେ ଅଧା ବାଟରେ ବର୍ଷା, ପବନ ସାଙ୍ଗକୁ ବଜ୍ରାଘାତ ମାରିଥିଲା । ବଜ୍ରାଘାତର ଆଘାତରେ ତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡିଯାଇଥିଲା ।

ସେ ଅଚେତ ହୋଇ ପଡ଼ିଯିବାର ଦେଖି ବେନିକାଙ୍କ ସ୍ଵାମୀ ଦୁତିଆ ରଇତ ଗ୍ରାମକୁ ଦୌଡ଼ି ଯାଇ ଗ୍ରାମବାସୀଙ୍କୁ ଡାକି ଆଣି ଦୋଳାରେ ନେବା ସମୟରେ ଅଧା ବାଟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତାଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ପ୍ରସାଶନ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନଓ ବ୍ଲକ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି । ( ଗରୁଡ଼ଧ୍ଵଜଚୌଧୁରୀ)

Exit mobile version