ଟିଭି ପରଦା ରେ ଆସିବୁ ବୋଲି ବହୁ ସପ୍ନ ଦେଖିଥିଲେ – ଗାୟକ ଦ୍ବୟ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ପଦ୍ମପୁର :- ବିଭିନ୍ନ ପୁରପଲ୍ଲୀ ରେ ପାଳା ପରିବେଷଣ କରି ଭକ୍ତ ମେହେର ଏବଂ ସତ୍ୟଭୁଷଣ ସାହା ବରଗଡ ଜିଲ୍ଲାରେ ବେଶ୍ ପରିଚିତ ଥିବାବେଲେ ଆଜି ଦ୍ବୟ ଗାୟକଙ୍କର ସ୍ବପ୍ନ ସତ ହୋଇଛି । ଟିଭି ପରଦା ରେ ଆସିବୁ ବୋଲି ବହୁ ସପ୍ନ ଦେଖିଥିଲେ । ପଲ୍ଲୀଗ୍ରାମ ଖଇରପାଲି(ଗୁଠୁର୍ଲା)ରେ ଗାୟକ ଭକ୍ତ ମେହେରଙ୍କର ବାସ ସ୍ଥାନ ଥିବାବେଲେ ସତ୍ୟଭୁଷଣ ଙ୍କର ଘର ଡଙ୍ଗାଛଚା ରେ ଅବସ୍ଥିତ ।

ଓଡିଶାର ଜନପ୍ରିୟ ଆଧ୍ୟତ୍ମିକ ଚ୍ୟାନେଲ ,,ପ୍ରାର୍ଥନା,,ରେ ବାଦୀ ପାଳା କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରିଥିଲେ ଏହି ଦୁଇଜଣ ଗାୟକ ଏବଂ ତାଙ୍କ ସାଥି ମାନେ । ଏହି କଳାକାର ମାନଙ୍କୁ ଟିଭି ପରଦାରେ ଦେଖି ଗ୍ରାମର ଲୋକେ ବହୁତ୍ ଖୁସି ହୋଇ ଭକ୍ତ ଏବଂ ସତ୍ୟ ଙ୍କୁ ଶୁଭେଚ୍ଛା ଜଣେ ଅଥିବା ଦେଖିବାକୁ ମିଲିଛି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version