ବିଭିନ୍ନ ସ୍ଥାନରେ ମହାବିଷୁବ ସଂକ୍ରନ୍ତି ଉପଲକ୍ଷେ ମା’ତାରିଣୀ ପୂଜା ଓ ମହାବୀର ଜୟନ୍ତୀ ପାଳିତ

ଓଡ଼ିଶା ତାଜା ନିୟୁଜ୍ (୧୪ ଏପ୍ରିଲ୍ ବୁଧବାର) କୋରାଇ :-  କୋରାଇ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ମହାବିଷୁବ ସଂକ୍ରାନ୍ତୀ ଅବସରରେ ମା’ତାରିଣୀ ପୂଜା ଓ ମହାବୀର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବୁଧବାର ପ୍ରତ୍ୟୁଷରୁ ସମସ୍ତ ମା’ତାରିଣୀ ପୀଠ ଓ ମହାବୀର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବହୁ ଶ୍ରଦ୍ଧାଳୁ ସମବେତ ହୋଇ ପ୍ରଭୁଙ୍କ ଦର୍ଶନ କରିବା ସହ ପୁଜାର୍ଚ୍ଚନା କରିଥିଲେ । ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ପରସ୍ପରକୁ ଓଡିଆ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ ମନ୍ଦିର ମାନଙ୍କରେ ବେଲପଣା ଭକ୍ତଙ୍କ ମନ ମୋହିଥିଲା ।

କୋରାଇର ଜହ୍ନା ପଂଚାୟତ ଛୋଟରାୟପୁର ଛକ ସ୍ଥିତ ହନୁମାନ ମନ୍ଦିରରେ ମହାସମାରୋହରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଲକ୍ଷ୍ମୀନଗର ସ୍ଥିତ ବ୍ରାହ୍ମଣସାଶାନ ଗ୍ରାମର ଆଖଣ୍ଡଳମଣି ଯୁବକ ସଂଘ ପକ୍ଷରୁ ୧୮ତମ ହନୁମାନ ଜୟନ୍ତୀ ପଣ୍ଡିତ ପ୍ରଫୁଲ୍ଲକୁମାର ମିଶ୍ର ପୂଜାକାର୍ଯ୍ୟ ସଂଚାଳନା କରିଥିଲା ବେଳେ ଅସରପ୍ରାପ୍ତ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ରାଉତ ଓ ତାଙ୍କ ସହ ଧର୍ମୀଣୀ ସଂଯୁକ୍ତା କର୍ତାଭାବେ କଳସ ସ୍ଥାପନା କରିଥିଲେ ।

ଅନୁଷ୍ଠିତ ପୂଜାକାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସଞ୍ଜିବକୁମାର ପଣ୍ଡା, କାର୍ଯ୍ୟକାର ସଭାପତି ସୁଶାନ୍ତକୁମାର ରାଉତରାୟ, ଉପସଭାପତି ଜ୍ୟୋତିପ୍ରକାଶ ରାଉତ, ସଂପାଦକ ବିକାଶ ରଞ୍ଜନ ରାଉତ, ଯୁଗ୍ମସଂପାଦକ ସଞ୍ଜୟକୁମାର ରାଉତ, କୋଷାଧ୍ୟକ୍ଷ ମୁରଲୀଧର ପାଢୀଙ୍କ ସମେତ ରଶ୍ମିରଞ୍ଜନ ରାଉତ, ଦିଗମ୍ବର ତ୍ରିପାଠୀ, ସୁଶାନ୍ତକୁମାର ପାତ୍ରଙ୍କ ସମେତ ସଂଘର ସମସ୍ତ କର୍ମକର୍ତା, ସଦସ୍ୟ ଓ ଗ୍ରମବାସୀମାନେ ପରିଚାଳନାରେ ସହଯୋଗିତା କରିଥିଲେ ।

ସେହିପରି ଭାବେ ତାଳଗଡିଆ, ତାହରପୁର, ଶଙ୍ଖଚିଲା, ଠାକୁରପାଟଣା, ଜହ୍ନା, ପାଟୁଳୀ, ବଡବିରୁଆଁ, ତାଲୁଙ୍ଗା, କୁରୁପଦା, ପୁର୍ବକୋଟ, ତଣ୍ଡରା, ତୁଳତୀ, ସାଦକପୁର, ଧନେଶ୍ୱର, ମୂଳୁସରଗଡା ପ୍ରଭୃତି ଅଂଚଳରେ ମଧ୍ୟ ଭକ୍ତମାନେ ମହାବୀର ହନୁମାନଙ୍କ ଜୟନ୍ତୀ ପାଳନ କରିବା ସହିତ ବିଷୁବ ସଂକ୍ରାନ୍ତିରେ ଓଡିଆ ନବବର୍ଷ ପାଳନ କରିଥିଲେ । ତୁଳତି କୋଗାଁର ତାରିଣୀ ମନ୍ଦିରରେ ସୀତାକାନ୍ତ କୁଅଁରଙ୍କ ତତ୍ୱାବଧନାରେ କର୍ତାଭାବେ ରାମଚନ୍ଦ୍ର ରାଜ ଆଦି କମିଟର କର୍ମକର୍ତାଙ୍କ ଦ୍ୱାର ପୂଜାଦି ଯଜ୍ଞ କାର୍ଯ୍ୟ ଚାଲୁରହଛି । କରୋନା କଟକଣା ଅନୁଯାୟୀ ଅନୁଷ୍ଠିତ ପୂଜା କାର୍ଯ୍ୟକ୍ରମଗୁଡିକ ପାଳନ କରାଯାଇଛି ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version