ଭାରତରତ୍ନ ଡ. ବି .ଆର୍ . ଆମ୍ବେଦକର ଏବଂ କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ପାଳିତ, ଢେଙ୍କାନାଳ

ଓଡ଼ିଶା ତାଜା ନିୟୁଜ୍ (୧୪ ଏପ୍ରିଲ୍ ବୁଧବାର) ଢେଙ୍କାନାଳ :- ଆଜି ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଓ ଡ ବି ଆର୍ ଆମ୍ବେଦକର ମେମୋରିଆଲ ସୋସାଇଟି ପକ୍ଷରୁ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଅଛି। ଏହି ଅବସରରେ ଆଜି ଅପରାହ୍ନରେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା, ପୂର୍ବତନ ନଗରପାଳ, ଶ୍ରୀ ଇନ୍ଦ୍ରମଣି ବେହେରା, ସୋସାଇଟିର ସଭାପତି ଶ୍ରୀ କୈଳାସ ଚନ୍ଦ୍ର ବେହେରା, ସଂପାଦକ ବନମାଳୀ ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶୁକ୍ରୁ ସ୍ଵାଇଁ, କଳା ସଂଘର ଉପସଭାପତି ଅବନୀ କୁମାର ମିଶ୍ର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶାରଦା ପ୍ରସାଦ ମହାନ୍ତି,ବାର୍ ଆସୋସିଏସନ୍ ସମ୍ପାଦକ ଶ୍ରୀ ଟଙ୍କଧର ବେହେରା, ଉତ୍କଳ ଆଜବେଷ୍ଟସର ଶ୍ରୀ ପ୍ରସନ୍ନ କୁମାର ବିଶ୍ଵାଳ, ଶ୍ରୀ ନୃସିଂହ ଚରଣ ସାହୁ, ସାଂନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସମୀର ସାହୁ, ଆଇନଜୀବୀ ପଦ୍ମିନୀ ନାଏକ, ଅଶୋକ କୁମାର ମଲ୍ଲିକ, ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର ଶ୍ରୀ ନରେନ୍ଦ୍ର କୁମାର ଦାସଙ୍କ ସମେତ ଶ୍ରୀ ବାଇଧର ନାଏକ,ରମେଶ ଚନ୍ଦ୍ର ସାମଲ, ଡମ୍ବରୁଧର ନାୟକ, ଶେଖର ଚନ୍ଦ୍ର ସେଠୀ, ସୁରେନ୍ଦ୍ର କୁମାର ମିଶ୍ର, ହରିହର ନାୟକ, କଲ୍ୟାଣ କାନୁନଗୋ ପ୍ରମୁଖ ମଧ୍ୟ ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ

ସେହିପରି କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ଅବସରରେ ଆଜି ପୂର୍ବାହ୍ନରେ ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା, ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କବି ବ୍ରଜନାଥ ବଡ଼ଜେନାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ

Exit mobile version