ଭାରତରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ,ବାବାସାହେବ ସାମ୍ୟତାର ଇତିହାସ ରଚନା

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଏପ୍ରିଲ , ବୁଧବାର ) ଭୁବନେଶ୍ୱର :-  ଭାରତରତ୍ନ ବାବାସାହେବ ଡ. ବି.ଆର୍‌. ଆମ୍ବେଦକର ନିଜର ପ୍ରତିଭା ଓ ଅଧ୍ୟବସାୟ ବଳରେ ସମାଜସଂସ୍କାର, ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ନିଜର ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି । ସମାଜରେ ଉପେକ୍ଷିତ ଶ୍ରେଣୀର ଲୋକଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ସେ ଅବିରତ ସଂଗ୍ରାମ କରିଥିଲେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟା, ସମବାୟ ମନ୍ତ୍ରୀ ଶ୍ରୀ ରନ୍ଦ୍ରେ ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଡ. ବି.ଆର୍‌. ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭର୍ଚୁଆଲ୍‌ ମାଧ୍ୟମରେ କୋଭିଡ୍‌ ନିୟମାବଳୀ ଅନୁପାଳନ ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ସମ୍ବିଧାନ ପ୍ରଣୟନରେ ଯେଉଁମାନେ ସଂପୃକ୍ତ ଥିଲେ ସେମାନଙ୍କ ମଧ୍ୟରେ  ଭାରତରତ୍ନ  ଡ. ବି.ଆର୍‌. ଆମ୍ବେଦକରଙ୍କ ନାମ ପ୍ରଥମ ।

ତାଙ୍କୁ ସମ୍ବିଧାନର ଜନକ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଦୃଷ୍ଟçରେ ର ଖି ଏବଂ ଦେ ଶର ବିଭିନ୍ନତାକୁ ତ ଥା ସେ ସମୟର ସାମାଜିକ ଓ ରାଜନୈତିକ ସ୍ଥିତିକୁ ବିଚାର କରି ସେ ସମ୍ବିଧାନର ଖସଡ଼ା ପ୍ରସ୍ତୁତ କରିଥିଲେ । ଆଜିର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାଙ୍କ ପ୍ରତି ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭୁ୍ୟ’ର ସଂପାଦକ ଡ. ଲେନିନ୍‌ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଡ. ବି.ଆର୍‌. ଆମ୍ବେଦକରଙ୍କ ନୂତନ ଭାରତବର୍ଷ ଗଠନ ଲାଗି ଅନନ୍ୟ ଦୂରଦୃଷ୍ଟି ଥିଲା । ସାମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ଡ. ବି.ଆର୍‌. ଆମ୍ବେଦକର ସର୍ବଦା ଅଗ୍ରପୂଜ୍ୟ । ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ତଥା ସୁସାହିତି୍ୟକ ଶ୍ରୀ ବରଦା ପ୍ରସନ୍ନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଡ. ବି.ଆର୍‌. ଆମ୍ବେଦକର ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ।

ଶିକ୍ଷା, ସମାଜସଂସ୍କାର ଓ ମାନବିକ ମୂଲ୍ୟବୋଧ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଚିରସ୍ମରଣୀୟ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସାନ୍ଧ୍ୟ ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆମ୍ବେଦକର ଜଣେ ଜାଗତିକ ବ୍ୟକ୍ତିତ୍ୱ ବୋଲି ମତ ରଖିଥିଲେ । ତାଙ୍କ ପରି ମହାପୁରୁଷମାନଙ୍କ ବିଷୟରେ ଆଲୋଚନା କଲେ ଆମ ମଧ୍ୟରେ ଉତ୍ତମ ଗୁଣର ଆଭାସ ହେବା ସହ ଏହା ଆମ ଚରିତ୍ର ସଂଶୋଧନରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଭର୍ଚୁଆଲ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସକାଳ ୮ ଘଟିକାରେ ଭୁବ ନେ ଶର୍ୱ ଏ.ଜି. ଛକ ସ୍ଥିତ ଡ. ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲେ ।କ ସଂପର୍କ ବିଭାଗ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Exit mobile version