ନର୍ଲା ଚାରିଛକଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଗାଡ଼ି ଗଣନା

ଓଡ଼ିଶା ତାଜା ନ୍ୟୁଜ (୧୪ ଅପ୍ରେଲ ବୁଧବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ଚାରିଛକଠାରେ ନର୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ଗାଡ଼ି ଗଣନା ଆରମ୍ଭ ହୋଇଛି।ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଆସନ୍ତା ୧୫ ତାରିଖ ଦିନ ଶେଷ ହେବାକୁ ଥିବା ବେଳେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଢେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାସ୍ତା ଉପରେ ଗଡୁଥିବା ଗାଡ଼ିର ଗଣନା କରାଯାଉଛି।୨୦୧୪ ମସିହାରେ ଏପରି ଗାଡ଼ି ଗଣନା କରାଯାଇଛି ।

ତେବେ ୨୦୨୧ ମସିହାରେ ହେଉଥିବା ଗାଡିଗଣନା କାର୍ଯ୍ୟରୁ ବର୍ତ୍ତମାନ ଏହା ୧୦ଗୁଣକୁ ବୃଦ୍ଧି ପାଇଥିବା କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି।୨୦୧୪ ମସିହାରେ ଏକ ସୀମିତ ସମୟରେ ଗଣନା କରାଯାଇଥିବା ତଥ୍ୟରୁ ରାସ୍ତାରେ ୨୦୦ରୁ ୨୫୦ ମଧ୍ୟରେ ଗାଡ଼ି ଯାତାୟାତ ହୋଇଥିଲା ତାହା ବର୍ତମାନ ଢେର ବେଶି ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। ଏହି ଗଣନା କାର୍ଯ୍ୟରେ ବିଭାଗୀୟ କର୍ମଚାରୀ ଅନାବ ଭୋଇ, ଶରତ ସେଲମା,ଇଶ୍ୱରୀ ବାହାଦୁର,ଅଞ୍ଜନ ପାଦୁକା ପ୍ରମୁଖ ଉପସ୍ଥିତ ରହି ଗଣନ କାର୍ଯ୍ୟରେ ଲାଗିଛନ୍ତି।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version