ଖାଣ୍ଡବା ପଞ୍ଚାୟତ ସଭାଗୃହ ଠାରେ “ସଖୀ-ୱାନ ଷ୍ଟପ” କେନ୍ଦ୍ର ପକ୍ଷରୁ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମୋହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିସ୍ୟାଳୟ ଠାରେ ଥିବା ତଥା ନିର୍ଯ୍ୟାତିତ ମହିଳା ଏବଂ ବାଳିକା ମାନଙ୍କ ସମନ୍ୱିତ ସୁବିଧା ଓ ସହାୟତା ଯୋଗାଇଦେବା ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ସଖୀ”ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖlଣ୍ଡବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ’ର ସଭାଗୃହ ଠାରେ ବାଲ୍ୟ-ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାଶୀନଗର ବ୍ଲକ’ର ୩ ଗୋଟି ପଞ୍ଚାୟତ ବୁଦୁରା , ଗୋରିବନ୍ଧା ଓ ଖାଣ୍ଡାବା ପଞ୍ଚାୟତ ଅଞ୍ଚଳ’ର ୬୦ ଜଣ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଖାଣ୍ଡବା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ’ରେ ଖାଣ୍ଡବା ପଞ୍ଚାୟତ ସରପଞ୍ଚ ଶ୍ରୀ ଜଗନ୍ନାଥ ଦୋରା ଏବଂ ଆଇସିଡିଏସ: ସୁପରଭାଇଜର ଶ୍ରୀମତୀ ଭାଗ୍ୟବତୀ ପଟନାୟକ’ଙ୍କ ସମେତ ବହୁ ସଂଖ୍ୟାରେ ଅଙ୍ଗନବାଡି କର୍ମୀମାନେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ’ରେ ସଖୀ-ୱାନ ଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ବାଲ୍ୟ-ବିବାହ ନିଷେଧ ଆଇନ’ର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ମୁଖ୍ୟତଃ ଏହି ଆଇନ’ରେ ସମ୍ପୃକ୍ତ ଦୋଷୀ’ଙ୍କ ପାଇଁ ରହିଥିବା ଦଣ୍ଡବିଧାନ ଯାହାକି , ,୨ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଜୋରିମାନା ରହିଥିବା ଉପରେ କହି ବୁଝାଇଥିଲେ । ଏତଦ ବ୍ୟତୀତ ବାଲ୍ୟ-ବିବାହର କୁ ପ୍ରଭାବ , ବାଲ୍ୟବିବାହ ପାଇଁ କିଏ କିଏ ଦାୟୀ , ବାଲ୍ୟ-ବିବାହ ନିଷେଧ ଅଧିକାରୀ’ଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ , ୧୮୧ ନମ୍ବର ଓ ୧୦୯୮ ନମ୍ବର କିଭଳି ଓ କେଉଁ ପରିସ୍ଥିତି’ରେ ସାହାଯ୍ୟ ଓ ସହାୟତା ପାଇଁ ଡାଏଲ କରି ପାରିବେ , ପ୍ରଭୃତି ଉପରେ ସଖୀ-ୱାନଷ୍ଟପ କେନ୍ଦ୍ର’ର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ଉପସ୍ଥିତ ଅଙ୍ଗନବାଡି କର୍ମୀ ଓ ଅନ୍ୟମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ସଚେତନ କରାଇଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମ’କୁ “ସଖୀ” ୱାନଷ୍ଟପ କେନ୍ଦ୍ର’ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, କାଉନସିଲର ଶ୍ରୀଦେବୀ ରଇତ ଏବଂ କେଶ ୱରକେଟ ମଧୁଶ୍ମିତା ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version