ହ୍ୟୁଣ୍ଡାଇ ମୋଟର ପକ୍ଷରୁ ହ୍ୟୁଣ୍ଡାଇ ଅଲକାଜାରର ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )  ଭୁବନେଶ୍ୱର :-  ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ହ୍ୟୁଣ୍ଡାଇ ଅଲକାଜାରର ପ୍ରତୀକ ପ୍ରଦର୍ଶନ କରାଯାଇଛି । ବଜାର ପ୍ରବେଶ ହେବାକୁ ଥିବା ଏହି ୬ ଏବଂ ୭ ସିଟର ପ୍ରିମିୟମ ଏସ୍‌ୟୁଭିର ପ୍ରଦର୍ଶନ ବିଶନଗଡ଼ ସ୍ଥିତ ଆଲିଆ ଫୋର୍ଟଠାରେ ସମ୍ପନ୍ନ ହୋଇଛି । ଏହି ଅବସରରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ ଏସ୍‌.ଏସ୍‌. କିମ୍ କହିଲେ, ଗ୍ରାହକଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଆମର ଆର୍‌ଆଣ୍ଡ୍‌ଡି କେନ୍ଦ୍ର ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଛି । ଏହାର ଫଳ ସ୍ୱରୂପ ହ୍ୟୁଣ୍ଡାଇ ଅଲକାଜାର ନିର୍ମିତ ହେବାକୁ ଯାଉଛି । ଏହା ମେକ୍ ଇନ୍‌ ଇଣ୍ଡିଆ ଲକ୍ଷ୍ୟକୁ ପୂରଣ କରିବାକୁ ସକ୍ଷମ ହେବ । ଏହା ଆମ ଗ୍ରାହକଙ୍କ ପାଇଁ ବହୁବିଧ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହେବ । ଅଲକାଜାରରେ ବିଶ୍ୱସ୍ତରୀୟ ଡିଜାଇନିଂକୁ ଅନ୍ତର୍ଭୁକ୍ତ କରାଯିବ । ଏଥିରେ ବିକଶିତ ସୁରକ୍ଷା ଜ୍ଞାନକୌଶଳକୁ ପ୍ରାଥମିକତା ପ୍ରଦାନ କରାଯିବ । ଏଥିରେ ୭୫.୬ ପ୍ରତିଶତ ସୁଦୃଢ଼ ଶକ୍ତିଶାଳୀ ଷ୍ଟିଲର ବ୍ୟବହାର କରାଯିବ ।

ଏଥିରେ ବିକଶିତ ଇଞ୍ଜିନ୍ ରୁମ୍‌, ବି-ପିଲାର, ଡି-ପିଲାର ଆଦି ବୈଶିଷ୍ଟ୍ୟ ରହିଛି । ଏହା ଯାନର ସ୍ଥାୟିତ୍ୱ ବୃଦ୍ଧି କରିବାକୁ ସକ୍ଷମ ହେବ । ସେହିପରି ଏଥିରେ ଥିବା ହଟ୍‌ ଷ୍ଟାମ୍ପିଂ କନେକ୍ଟିଭିଟିକୁ ବଳିଷ୍ଠ କରି ଗଢ଼ିତୋଳିବ । ଏହାର ନୂଆ ମଡେଲକୁ ଥ୍ରୀଡି ଶପ୍‌ରେ ସମ୍ପନ୍ନ କରାଯାଇଛି । ୩ ଲକ୍ଷ ଘଂଟାର ପରିଶ୍ରମ ପରେ ଏହି ଯାନର ମଡେଲ ପ୍ରସ୍ତୁତ କରାଯାଇ ପାରିଛି । ଦିନ ପିଛା ଏହାର ୨ ଲକ୍ଷ ପଏଂଟ୍ ପ୍ରସ୍ତୁତ କରାଯିବ । ଏସବୁ ଯନ୍ତ୍ରାଶଂକୁ ଅଧିକ ଆକର୍ଷଣୀୟ କରିବା ଲାରଗି ଏନୋଡ୍‌ରେ ବୁଡ଼ାଯିବ । ବାର୍ଷିକ ୧୨ ବିଊିୟନ ଡାଟା ପଏଂଟ୍ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟରେ ୧୦୦ରୁ ଅଧିକ ଟାଟା ସାଇଂଟିଷ୍ଟ୍ କାର୍ଯ୍ୟ କରି ଏହାରଗୁଣବର୍ତା ବିକାଶ କରିପାରିଛନ୍ତି ।ଏଥିରେ ଶ୍ରେଷ୍ଠତମ ହ୍ୱିଲବେସ୍ ଏବଂ ସ୍ଳାଇଡିଂ ସିଟ୍ ରହିବ । ଏହାର ଫ୍ଲୋରରେ ଆଡିହିସିଭ୍ ପ୍ରୟୋଗ କରାଯିବ । ସେହିପରି ବିଆଇଡବ୍ଲ୍ୟୁରେ ଫୋମ୍ ବ୍ୟବହାର କରାଯିବ । ଫଳରେ ଏହାର କ୍ୟାବିନ୍‌ରେ ସୁଖଦ ଅନୁଭୁତି ହାସଲ କରିହେବ ।

ଏଥିରେ ୭୦୦ ସିଏନ୍‌ସି ମେସିନ୍‌, ୫୦୦ ସ୍ମାର୍ଟ ଟୁଲସ୍‌, ପେଟ୍ରୋଲ ଏବଂ ଡିଜେଲ ବିଏସ୍‌-୬ ଇଞ୍ଜିନ୍ ରହିଛି । ଏହାର ଥାର୍ଡ ଜେନେରେଶନ୍ ନ୍ୟୁ ୨.୦ ଲିଟର ପେଟ୍ରୋଲ ଇଞ୍ଜିନରେ ୧୫୯ ପିଏସ୍‌/ ୧୯.୫ କେଜିମିଟର ରହିଛି । ସେହିପରି ଏହାର ୟୁ-୨ ୧.୫ ଲିଟର ଡିଜେନ୍ୱିଏସ୍‌-୬ ଇଞ୍ଜିନ୍‌ରେ ୧୧୫ ପିଏସ୍‌/ ୨୫.୫ କେଜିମିଟର ସୁବିଧା ରହିଛି । ଉଭୟରେ ୬-ଏଟି ଏବଂ ୬-ଏମ୍‌ଟି ଟ୍ରାନ୍ସମିଶନ ବୈଶିଷ୍ଟ୍ୟ ରହିଛି । ଥାର୍ଡ ଜେନେରେଶନ୍ ନ୍ୟୁ ୨.୦ ଲିଟର ପେଟ୍ରୋଲ ଇଞ୍ଜିନ ୧୦ ସେକେଣ୍ଡରେ ଏହାର ଗତିକୁ ଘଂଟା ପ୍ରତି ଶୂନରୁ ୧୦୦ କିଲୋମିଟରକୁ ବଢ଼ାଇ ଦେଇଥାଏ । ଏଥିରେ ୬-ସ୍ପିଡ୍ ଅଟୋମେଟିକ୍‌ ଟ୍ରାନ୍ସମିଶନ ରହିଛି । ଏଥିରେ ଟିଜିଏସ୍ ବୈଶିଷ୍ଟ୍ୟ ରହିବ । ଏଥିରେ ହାଇଭ୍ ମୋଡ୍ ସିଲେକଶନ୍ ସୁବିଧା ରହିବ । ଏହାର ଷ୍ଟିୟରିଂକୁ ଇକୋ, ସିଟି ଏବଂ ସ୍ପୋର୍ଟ ମୋଡ୍‌ରେ ରଖିହେବ । ଏଥିରେ ଥ୍ରୀ ଷ୍ଟେଜ୍ ଲାଇଟିଂ ସୁବିଧା ରହିବ । ତାମିଲନାଡୁର ଇରୁନଗାଟୁକୋଟ୍ଟାଇସ୍ଥିତ ପ୍ଲାଂଟ୍‌ରେ ଏହାର ନିର୍ମାଣରେ ୮୯ ପ୍ରତିଶତ ଗ୍ରୀନ୍ ଏନର୍ଜିର ଉପଯୋଗ କରାଯିବ । ଏହାର ୧୫ ଟ୍ରାକ୍ ଡାଇଭ୍ ତଦାରଖ କରାଯାଇ ଜିଭିଡବ୍ଲ୍ୟୁ ସ୍ଥିତିରେ ପରୀକ୍ଷା କରାଯାଇ ଏହା ବିଭିନ୍ନ ରାସ୍ତାରେ ତଥା ଭିନ୍ନ ଭିନ୍ନ ଅଂଚଳରେ କିଭଳି ପ୍ରଦର୍ଶନ କରୁଛି ତାହା ଯାଂଚ୍ କରାଯିବ ।

Exit mobile version