ମହିଳାଙ୍କ ଠାରୁ ଦୁର୍ବୃତ୍ତ ନେଇଗଲେ ଟଙ୍କା ଭର୍ତି ବ୍ୟାଗ୍

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର )ଓଡ଼ଗାଁ :- ମହିଳାଙ୍କ ଠାରୁ ଦ୍ବିପହରରେ ଲୁଟ୍ । ଲୁଟି ନେଲେ ୭୦ ହଜାର ଟଙ୍କା । ସୂଚନାନୁସାରେ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗି ଅଞ୍ଚଳର ଦୁଇଜଣ ମହିଳା ନିଜର ଲୋନ୍ ଟଙ୍କା ଉଠାଇବା ପାଇଁ ଅପରାହ୍ନ ୨ଟା ସମୟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଯାଇଥିଲେ । ଉଭୟ ମହିଳା ଜଣେ ୫୦ ହଜାର ଓ ଅନ୍ୟ ଜଣେ ୨୦ ହଜାର ଉଠାଇଥିଲେ ।

ଟଙ୍କା ବ୍ୟାଗ୍ ଧରି ନିଜ ଘରକୁ ଫେରୁଥିବା ସମୟରେ ଲକ୍ଷ୍ମୀ ବଜାର ନିକଟସ୍ଥ ଶ୍ରୀରାମ ଗଳି ମଧ୍ୟରେ ୨ ଜଣ ଦୁର୍ବୃତ୍ତ ଟିଭିଏସ୍ ଆପାଚି ବାଇକ୍ ରେ ଆସି ଟଙ୍କା ଭର୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ । ମହିଳା ଦୁଇଜଣ ଶେଷରେ ନିରୁପାୟ ହୋଇ ଓଡ଼ଗାଁ ଥାନା ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version